-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ଗଡିଲାନି ରଥ, ରଥା ରୂଢ ହେଲେନି ଠାକୁର l ଶ୍ରୀ ମନ୍ଦିର ପରିସରରେ ପାଳିତ ହେଉଛି ଘୋଷ ଯାତ୍ରା l କରୋନା ସାଜିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର l ଯାହା ଫଳରେ ଦୀର୍ଘ ଦୁଇ ବର୍ଷ ହେଲା ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଘୋଷ ଯାତ୍ରା ବନ୍ଦ ରହିଛି l ତେଣୁ ଏହି ନିୟମ ଅନୁଯାୟୀ ୨ ବର୍ଷ ହେଲାଣି ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁରରେ ରଥଯାତ୍ରା ମଧ୍ୟ ବନ୍ଦ ରହିଛି l ଯାହା ଫଳରେ ରଣପୁରରେ ପ୍ରାୟ ୨୭୦ ବର୍ଷର ପରମ୍ପରାରେ ବ୍ୟତିକ୍ରମ ଘଟିଛି ବୋଲି ଭକ୍ତମାନେ କହିଛନ୍ତି l ରଥଯାତ୍ରା ଆରମ୍ଭ ହେବା ଦିନ ଠାରୁ ରଣପୁରରେ ରଥଯାତ୍ରା ବନ୍ଦ ହୋଇ ନ ଥିଲା l ଚଳିତ ବର୍ଷ ପ୍ରଶାସନ ନିୟମ ଅନୁଯାୟୀ ରଥ ନିର୍ମାଣ ହୋଇ ନାହିଁ କି ତିନି ଠାକୁର ମଧ୍ୟ ରଥାରୂଢା ହୋଇ ନାହାନ୍ତି l ଘୋଷ ଯାତ୍ରାର ସମସ୍ତ ନୀତି କାନ୍ତି ଶ୍ରୀ ମନ୍ଦିର ପରିସରରେ ପାଳିତ ହେଉଛି lଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ବିଷ୍ଣୁ ସହସ୍ରନାମ ୧୦୮ ଥର ପଠନ କରାଯାଉଛି l ଏହି ସହସ୍ରନାମକୁ ଚୈତନ୍ୟ ମଠ ମହନ୍ତ ମହାରାଜ ଶ୍ରୀ ଶ୍ରୀ ପର୍ଶୁରାମ ଦାଶ ମହାରାଜ, ଶିକ୍ଷାବିତ ବିରଞ୍ଚି ନାରାୟଣ
ତ୍ରିପାଠୀ, ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ଅଶୋକ କୁମାର ମହାପାତ୍ର, ବିଜୟ ମହାପାତ୍ର, ଶ୍ରୀକାନ୍ତ କୁମାର ସାହୁ, ଜଗନ୍ନାଥ ସେନା ଆବାହକ ବିରଜା ମିଶ୍ର, ପ୍ରିୟବ୍ରତ ପ୍ରହରାଜ, ସନ୍ତୋଷ କୁମାର ତ୍ରିପାଠୀ ବେଦ ପାଠଶାଳାର ତିନି ଜଣ ଛାତ୍ର ପଠନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନ, ପ୍ରିୟବ୍ରତ ପ୍ରହରାଜ, ବଡ଼ ମଠ ମହନ୍ତ ମହାରାଜ ହରି ଶରଣ ଦାସ ପ୍ରମୁଖ ସହଯୋଗ କରିଥିଲେ l ଓଡିଶା ସେବାୟତ ସଙ୍ଘର ଉପସଭାପତି ପ୍ରଫୁଲ କୁମାର ନନ୍ଦ ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି l