-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
13-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର ଗଡ଼ଭିତରପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ଓ ରଥଯାତ୍ରା କୋଭିଡ଼ କଟକଣା ନିୟମ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି l ସର୍ବପୁରାତନ 1230 ଖିଷ୍ଟଦ୍ଦରେ ନିର୍ମିତ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ନିତିକାନ୍ତି ଅନୁସାରେ କରାଯାଇଥିଲା l ପାରମ୍ପାରିକ ଭାବେ ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା, ଦ୍ୱାରଫିତା,ମଙ୍ଗଳ ଅାରତୀ ତଥା ଭୋଗ ଅର୍ପଣ ପରେ ୩ଜିଅଁ ଙ୍କୁ ବେଶରେ ସଜ୍ଜିତ କରାଯାଇଥିଲା lପୂଜକ ହରିହର ପୂଜାରୀଙ୍କ ଦ୍ଵାରା ପୂଜାର୍ଚ୍ଚନା,ଆଳତି ଓ ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ଶ୍ରୀଜୀଉଙ୍କୁ ଛତି,ଛତ୍ର, ଆଲଟ,ଚାମର, ଘଣ୍ଟ,ଘଣ୍ଟା,ଶଙ୍ଖର ତାଳେ ତାଳେ ମନ୍ଦିର ଗମ୍ଭୀରା ଭିତରୁ ବାହାର କରାଯାଇ ମନ୍ଦିର ପରିସରରେ ପହଣ୍ଡି ବିଜେ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା l ଏଥିରେ ସେବାୟତ ମଧୁସୂଦନ ଦାଶ,ନାରାୟଣ ପାଢ଼ୀ, ଉମା ବଲ୍ଲଭ ଷଡ଼ଙ୍ଗୀ,ଘଡିଗୋପାଳ ପଣ୍ଡା,ଶୀତଳ ପ୍ରସାଦ ମହାକୁର,ସ୍ଵାଧୀନ ମିଶ୍ର,ସୋମନାଥ ମିଶ୍ର, ସତ୍ୟ ନାରାୟଣ ମିଶ୍ର, ହଲାୟୁଦ ମିଶ୍ର,ଗୌରବ କୁମାର ପାଢ଼ୀ,
ନିଲାଞ୍ଚଳ ପଣ୍ଡା,ଚନ୍ଦ୍ର ଶେଖର ଓତା,ନବୀନ ପୁରୋହିତ,ପୀତବାସ ମେହେର,ମନୋରଂଜନ ମିଶ୍ର,ଦୁଃଖୀରାମ ନାଏକ, ସର୍ଜନ ପଣ୍ଡା,ସୀତାରାମ ଦାସ,ରଞ୍ଜନ କୁମାର ପାତ୍ର,ରାମ ଗୋପାଳ ବାଘ ପ୍ରମୁଖଙ୍କ ସମେତ ସୀମିତ ସଂଖ୍ୟାରେ ସେବାୟତ ଓ ଭକ୍ତ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l