-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
ବାଲେଶ୍ୱର , (ପ୍ରେରଣା ଖବର)ନଭେମ୍ୱର ୩ ତାରିଖରେ ହେବ ବାଲେଶ୍ୱର ସଦର ଉପନିର୍ବାଚନ। ସେଥିପାଇଁ ପ୍ରଚାର ଜୋରସୋର୍ରେ ଚାଲିଛି। ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ୱିତୀୟ ଥର ପାଇଁ ବାଲେଶ୍ୱର ଯାଇ ବିଜେପି ପ୍ରାର୍ଥୀ ମନସ ଦତ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ସେ ଆଜି ସକାଳେ ରାସ୍ତା କଡ଼ ଦୋକାନକୁ ଯାଇ ଚା’ ପିଇବା ସହିତ ଭର୍ଚୁଆଲ୍ ରାଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତେଚ୍ଛା ତୀର ମାରିଛନ୍ତି। ଶ୍ରୀମତି ଷଡଙ୍ଗୀ ଆଜି ମେଡିକାଲ୍ ଛକ, ସିନେମା ଓ ଷ୍ଟେସନ୍ ଛକରେ ପ୍ରଚାର କରିଛନ୍ତି!! ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ରାଲିକୁ ସମାଲୋଚନା କରିଛନ୍ତି ଅପରାଜିତା। ସେ କହିଛନ୍ତି-“ଏହା ହାସ୍ୟାସ୍ପଦ କଥା। ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଛିଡ଼ା ହେବା କଥା। ମାତ୍ର ମୁଖ୍ୟମନ୍ତ୍ରୀ ତାହା ନକରି ଭର୍ଚୁଆଲ୍ ରାଲି କରୁଛନ୍ତି। ଏହାଠାରୁ ଦୁର୍ଭାଗ୍ୟର କଥା କଣ ଥାଇପାରେ।” ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ସେ କହିଛନ୍ତି-“ବିଜେଡି କର୍ମୀଙ୍କ କୋଭିଡ୍ କଟକଣା ଉଲ୍ଲଙ୍ଘନ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ୨୧ଟି ଫଟୋ ଓ ଭିଡିଓ ପଠାଇଥିଲି। ଯେଉଁଥିରେ ବିଜେଡି ବିଧାୟକ ଓ କର୍ମୀମାନେ କେମିତି କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି, ତାହାର ପ୍ରମାଣ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାର ୧୭ ଦିନ ହୋଇଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହା ନିଶ୍ଚିତ ଓଡ଼ିଶାବାସୀ ଦେଖୁଛନ୍ତି!!” ସେ ଚାହା କିଣି ପିଇବା ପରେ ତାଙ୍କ ସହିତ କଥା ହୋଇଥିଲେ। ପରେ ଦାନ୍ତକାଠି ଦୋକାନରୁ ଦାନ୍ତକାଠି, ଫୁଲ ଦୋକାନରୁ ଫୁଲ କିଣିଥିଲେ। ତା’ପରେ ଜଳଖିଆ ଦୋକାନକୁ ଯାଇ ରୁଟି ସେକିଥିଲେ। ଆଉ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଆଉ ଦୋକନୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇ ଥିଲେ। ଖାଲି ସେତିକି ନୁହେଁ, ସଫେଇ କର୍ମଚାରୀଙ୍କ ସହ ମଧ୍ୟ କଥା ହୋଇ ସୁବିଧା ଅସୁବିଧା ପଚାରି ବୁଝିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ!!*