-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
09-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ ) କଣ୍ଟାବାଞ୍ଜି ବିଜେଡି ଓଡିଶା ମୋ-ପରିବାର ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ ହୋଇଯାଇଛି । ଡୁମେରଚୁଆଁ ରାସ୍ତାର ଦୁଇ ପାଶ୍ୱର୍ରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ପୁର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଅଧିକାରି ସତ୍ୟଜିତ କନ୍ଦେଲକେତ, ରେଂଜର ଶ୍ରଦ୍ଧାଦେବ ବଡମାଲିଆ, ପ୍ରକୃତି ବନ୍ଧୁ ବିରଂଚି ନାରାୟଣ ଦାସ ପ୍ରମୁଖ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ବିଜୁ ଜନତା ଦଳ ରାଜ୍ୟ ଉପସଭାନେତ୍ରି ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ, ବରିଷ୍ଠ ବିଜେଡି ନେତା ବିଜୟ ବନ୍ସଲ, , ସୁରେଶ ଦାସ, ଦେବାର ବାରିକ, ସହଦେବ ନାଗ, ଅରୁଣ ବାଗ, ସତ୍ୟନାରାୟଣ ରାଏ, ଗିରିରାଜ ମାଝି, ମନୋଜ ଚଣ୍ଡି, ଚଟୁଅନକା ପଂଚାଂୟତ ପୁର୍ବତନ ସରପଂଚ ହିରାଧର ବଏ, ଗୁଡ୍ଡା ଖାଁ, ଅନୁପ ଜାଙ୍ଗଡା, ଖେଡୁ ବାରିକ, ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଏହି ବୃକ୍ଷ ରୋପଣ ଅଭିଯାନ ବିଭିନ୍ନ ପଂଚାୟତର ଗାଁ ଗାଁରେ କରାଯିବ ବୋଲି ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ ସୁଚନା ଦେଇଥିଲେ ।