-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
09-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଯୁବ ସମାଜସେବୀ ଆଶିଷ ଖଇତାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ବଲାଙ୍ଗିର ଲୋକସଭା ସାଂସଦ ସଂଗିତା କୁମାରି ସିଂ ଦେଓ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ମୃତି ଚିହ୍ନ ସହ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଶ୍ରୀ ଖଇତାନ ସମାଜସେବାରେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ । କୋଭିଡ ସମୟରେ କରୋନା ରୋଗୀଙ୍କୁ ଅକ୍ସିଜେନ ସେବା ଯୋଗଇବା ସହ ଅନେକ ସମୟରେ ଯୁବ ପିଢି ମାନଙ୍କୁ ରକ୍ତଦାନ ପାଇଁ ସଚେତନ କରି ପ୍ରୋତ୍ସାହିତ କରୁଥିବା ଦେଖାଯାଏ । ବର୍ତମାନ ସେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାର କମିଟିରେ ସଦସ୍ୟ ଥିବା ବେଳେ ଯଦି ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଗଲେ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରି ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରିଥାନ୍ତି । ଏଭଲି ସମାଜସେବା କାମ ଯୋଗୁ ତାଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଦିଆଯାଇଛି ।