-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ବରଗଡ଼(ମୁକୁନ୍ଦ ଦାସ): ରାଜ୍ୟସ୍ତରୀୟ ଏନ୍ଟିଏସ୍ଇ ୨୦୨୦-୨୧ ଷ୍ଟେଜ୍-୧ ରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଦଶମ ଶ୍ରେଣୀ ଛାତ୍ରୀ ଜିୟା ମିଶ୍ର କୃତୀତ୍ୱ ଅର୍ଜନ କରି ଷ୍ଟେଜ୍-୨ କୁ ଉତ୍ତୀର୍ଣ୍ଣ ହୋଇ ପ୍ରତିବର୍ଷ ପରି ଏନ୍ଟିଏସ୍ଇ ରେ ବିଦ୍ୟାଳୟର ସଫଳତାକୁ ବଜାୟ ରଖିଛନ୍ତି । ଜିୟା ବରଗଡ଼ ଜିଲ୍ଲାର ସାଧାରଣ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଏକମାତ୍ର ଛାତ୍ରୀ ବୋଲି ବିକାଶ ଗ୍ରୁପ୍ ର ଡାଇରେକ୍ଟର ଏଡ୍ମିନିଷ୍ଟ୍ରେସନ୍ ଶ୍ରୀ ଡି.ନାଗେଶ୍ୱର ରାଓ ପ୍ରକାଶ କରିଛନ୍ତି । ଏହି କୃତୀତ୍ୱ ଯୋଗୁଁ ବିକାଶ ଗ୍ରୁପ୍ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ବିକାଶ ରେ ଚାଲିଥିବା ଆଇଆଇଟି-ଅଲମ୍ପିଆଡ୍ ଏକାଡେମି ର ପ୍ରୟାସ ଏବଂ ଏନ୍ଟିଏସ୍ଇ ର ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା ପାଇଁ ସ୍କୁଲ୍ର ସେକେଣ୍ଡାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତଥା ଜିୟା ଙ୍କୁ ପ୍ରଶଂସା କରିଛନ୍ତି ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଜିୟାଙ୍କ ପିତା ଶ୍ରୀ ରାଜେନ୍ଦ୍ର କୁମାର ମିଶ୍ର ଓ ମାତା ଶ୍ରୀମତୀ ଦୀପାନିତା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକାଡେମିକ୍ ଡାଇରେକ୍ଟର ଶ୍ରୀ ଭି.ଶ୍ରୀନିବାସ ଛାତ୍ରୀଙ୍କ କୃତୀତ୍ୱକୁ ପ୍ରଶଂସା କରିବା ସହିତ ଏହିପରି ସଫଳତା ଆଗାମୀ ଦିନରେ ବିକାଶର ଏନ୍ଟିଏସ୍ଇ ଏବଂ ଅଲମ୍ପିଆଡ୍ କୋଚିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ପ୍ରୟାସକୁ ତ୍ୱରାନ୍ୱିତ କରିବ ବୋଲି ଆଶା
ପ୍ରକାଶ କରିଛନ୍ତି । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ଏନ୍ଟିଏସ୍ଇ ପରୀକ୍ଷାରେ ଏହା ବିକାଶର କ୍ରମାଗତ ପଂଚମ ସଫଳତା ବୋଲି ପ୍ରକାଶ କରିଛନ୍ତି । ଜିୟା ଜଣେ ମେଧାବୀ ଛାତ୍ରୀ ହେବା ସହିତ ଜଣେ ଭଲ ଡିବେଟର୍ ଏବଂ ସମ୍ବଲପୁରୀ ନୃତ୍ୟଶିଳ୍ପୀ ବୋଲି ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ମତବ୍ୟକ୍ତ କରିଛନ୍ତି । ଉପାଧ୍ୟକ୍ଷ (ସେକେଣ୍ଡାରୀ) ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି ତଥା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଜିୟା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିୟା ଆଗାମୀ ଦିନରେ ବିକାଶ ଆବାସିକ ବିଦ୍ୟାଳୟରେ ପାଠପଢ଼ା ଜାରି ରଖିବା ସହିତ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ ବୋଲି ପ୍ରକାଶ କରିଛନ୍ତି ଏବଂ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଗରିବ ଓ ଅସହାୟ ରୋଗୀଙ୍କ ସେବା କରିବା ଲକ୍ଷ୍ୟ କରିଛନ୍ତି ।