-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ଼ ଥାନା ଅନ୍ତର୍ଗତ ଟିକ୍ରାପଡା ଗାଁରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ କମ ମାର୍କ ପାଇଥିବା ଯୋଗୁଁ ର aଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଟିଟିଲାଗଡ ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମର ଜଗଦିଶ ବିଭାରଙ୍କ ଝିଅ ଦୁଶୀଲା ବିଭାର ଚଳିତ ଦଶମ ଶ୍ରେଣୀରେ କମମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇ ଘର ଲୋକ ଟିଟିଲାଗଡ଼ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବେକରେ ଝୁଲୁଥିବା ଦୌଡ଼ି କୁ କାଟି ଦୁଶୀଲାଙ୍କ ମୃତଦେହ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଡାକ୍ତର ଦୁଶୀଲାକୁ ମୃତ ଘୋଷଣା କରିବା ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ମହାମାରୀ କୋଭିଡ ୧୯ ର ଭୟବହତାକୁ ଦୃଷ୍ଟି ରେ ରଖି ବିନା ବୋର୍ଡ ପରୀକ୍ଷାରେ ପୂର୍ବ ପ୍ରିଟେଷ୍ଟ, ଟେଷ୍ଟ ପରୀକ୍ଷା ଅନୁଯାୟୀ ମାର୍କ ନିର୍ଧାରଣ କରିବା ଯୋଗୁଁ ଦୁଶୀଲା ମାତ୍ର ୨୫୮ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।