-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ଆଜି ଅପରାହ୍ନରେ ବିନିକା ରାମପୁର ରାସ୍ତାଦେଇ ବରଗଡ଼ରୁ ବୀରମହାରାଜପୁର କୁ ଯାଉଥିବା ଏକ ଏସିଡ ଗାଡ଼ି ବିନିକା ନିକଟ ଦାନିପାଲି ଠାରେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ ଜଳି ଯାଇଥିଲା l ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତି କରାଯାଇଥିଲା ହେଲେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ତେବେ ଘଟଣା ପରେ ଦମକଳ ବାହିନୀ ପହଞ୍ଚି ଗାଡିର ନିଆଁକୁ ଲିଭାଇଥିବା ବେଳେ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଛି l