-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ବଲାଙ୍ଗିର,(ପ୍ରେରଣା ଖବର)-କରୋନା ମହାମାରୀକୁ ପରାଜିତ କରିବା ପାଇଁ ଆଶା ଓ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପରିପ୍ରେକ୍ଷୀରେ ଏଫ୍ଏଚ୍ଡି ଇଣ୍ଡିଆ ଓ ଗୁଡ୍ ନ୍ୟୁଜ୍ ହେଲ୍ଥ କେୟାର୍ ସାର୍ଭିସେସ୍ ପକ୍ଷରୁ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଗୁଡ୍ ନ୍ୟୁଜ୍ ହେଲ୍ଥ କେୟାର୍ ସାର୍ଭିସେସ୍ ର ଅକ୍ସିଜେନ କେନ୍ଦ୍ର ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇ କୋଭିଡ ବିରୁଦ୍ଧରେ ସଂଘର୍ଷ ଆହୁରୁ ଦୁଇ ତିନି ବର୍ଷ ଜାରି ରହିବ । ତେଣୁ ଆମକୁ କୋଭିଡ ଗାଇଡଲାଇନ୍କୁ କଡାକଡି ଭାବରେ ପାଳନ କରିବାକୁ ପଡିବ ବୋଲି ଶ୍ରୀ ସିଂଦେଓ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଅକ୍ସିମିଟର, ମାସ୍କ, ସେନିଟାଇଜର ଓ ସାବୁନ ଥିବା ଏକ କିଟ୍ସ ବକ୍ସ ବଂଟନ କରାଯାଇଥିଲା । ଏଫ୍ଏଚ୍ଡି ଇଣ୍ଡିଆ ଓ ଗୁଡ୍ ନ୍ୟୁଜ୍ ହେଲ୍ଥ କେୟାର୍ ସାର୍ଭିସେସ୍ ର ନିର୍ଦ୍ଦେଶକ ବିଲ୍ହନ ସାଗର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ଏହି ଅବସରରେ ଡାକ୍ତର ନିହାର ରଞ୍ଜନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଗ୍ରହ ନନ୍ଦ, ହିମାଂଶୁ ନାଗ, ସରୋଜ ଛତ୍ରିଆ, ବିଭୁଦତ୍ତ ନ୍ଦ, ସରୋଜ ନନ୍ଦଡାନିଏଲ ନାଗ, ନିମୁଏଲ ବାରିକ, ସଂଜୀବ ନନ୍ଦ, ବନନୀ ଚୌହ।।ନ, ନୀରଦ ନାଗ ଓ ମାନସ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଦମ୍ ଇସମାଏଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।