-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
28-Jun-2021
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ I ପାସ କରିଛନ୍ତି ଶତ ପ୍ରତିଶତ ଛାତ୍ରୀ /ଛାତ୍ର I ତେବେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ରେ ଗୁରୁତର ବିଭ୍ରାଟ ଅଭିଯୋଗ କରିଛନ୍ତି ଅଭିଭାବକ ତଥା ଛାତ୍ରୀ / ଛାତ୍ର I ଏହି ପରିପ୍ରେକ୍ଷୀରେ ଆଜି ସିଦ୍ଧେଶ୍ବରବେର୍ଣ୍ଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଭିଭାବକ ତଥା ଛାତ୍ରୀ /ଛାତ୍ର ମାନେ ବିଦ୍ୟାଳୟ କୁ ଘେରାଉ କରିଛନ୍ତି I ସକାଳ ୯ ଟାରୁ ଆରମ୍ଭ ହୋଇଥିବା ଏହି ଘେରାଉ ଦୀର୍ଘ ସାଢେ ୫ ଘଣ୍ଟା ପର୍ଯ୍ୟନ୍ତ ଅଦ୍ୟାବଧି ଅପରାହ୍ନ ୨ ଟା ୩୦ମି. ସୁଦ୍ଧା ଜାରୀ ରହିଛି I ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ ପହଂଚି ନାରାବାଜି କରୁଥିବା ଅଭିଭାବକ ଙ୍କ ସମେତ ପରିଚାଳନା ମଣ୍ଡଳୀ, ପ୍ରଧାନଚାର୍ଯ୍ୟଙ୍କ ସହିତ ଆଲୋଚନା ପରେ ନାରାବାଜୀ ଥମିଥିଲେ ସୁଦ୍ଧା ଆନ୍ଦୋଳନ ଜାରୀ ରହିଛି I ତେବେ ପରିଶ୍ରମ ଅନୁସାରେ ମାର୍କ ମିଳି ନ ଥିବା, ରିଚେକିଂ ପାଇଁ କହିଲେ କେହି ଶୁଣୁ ନ ଥିବା ଅଭିଯୋଗ କରି ମାର୍କ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ଛାତ୍ରୀ ଛାତ୍ର I ଅନ୍ୟପକ୍ଷରେ ପ୍ରଧାନଚାର୍ଯ୍ୟ ଦିଲିପ ପାଢ଼ୀ ଆଶା ନୁ ରୂପ ମାର୍କ ରଖି ନ ଥିବାରୁ କିଛି ଅଭିଭାବକ ଓ଼ ଛାତ୍ରୀ/ ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି I ପ୍ରକାଶିତ ରିଜଲ୍ଟ ରେ ଆମେ ମଧ୍ୟ ଖୁସି ନାହୁଁ I ଅଭିଭାବକ ଙ୍କ ଲିଖିତ ଦାବି କୁ ଆମେ ବୋର୍ଡ ଅଫିସ କୁ ପଠାଇଦେବୁ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି, ପୂର୍ବତନ ସଭାପତି, ଗୁରୁଜୀ ଗୁରୁମା ଙ୍କ ସମେତ ଶତାଧିକ ଅଭିଭାବକ,ଛାତ୍ରୀ /ଛାତ୍ର ଉପସ୍ଥିତ ରହିଛନ୍ତି I