-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||     

HOME   ଜିଲ୍ଲା

 ମହାମାରୀ ସମୟରେ ପୋଷ୍ଟର ରାଜନୀତି ବନ୍ଦ କରନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର: ଛାତ୍ର କଂଗ୍ରେସ,  ଶ୍ମଶାନରେ ଲାଗିଲା ମୋଦୀ-ନବୀନଙ୍କ ଫଟୋ

28-Jun-2021



ବଲାଙ୍ଗିର,(ପ୍ରେରଣା ଖବର)- କରୋନା ଭୁତାଣୁ ଯୋଗୁଁ ସାରା ଦେଶ ଗରିବ, ଖଟିଖିଆ, ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟାରେ ଜର୍ଜରିତ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ବିଫଳତା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ, କରୋନା ଦ୍ୱିତୀୟ ଲହର ସମୟରେ ସ୍ପଷ୍ଟ ଜଣାପଡୁଛି । ଏହାର ମୁକାବିଲା ଉଭୟ ସରକାର ଠିକ୍ ହିସାବରେ କରିବା ବଦଳରେ ଟୀକାପ୍ରମାଣ ପତ୍ର ରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଫଟୋ ରହୁଥିବା ବେଳେ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ତୋରଣ ଓ କାର୍ଡ ଦେଖିବାକୁ ମିଳୁଛି । ମହାମାରୀ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୋଷ୍ଟର ରାଜନୀତିରେ ବ୍ୟସ୍ତ ଅଛନ୍ତି । ଯଦି ଟୀକାକରଣରେ ଏମାନଙ୍କ ଫଟୋର ଯଥାର୍ଥତା ରହିଛି, ତେବେ କରୋନା ପ୍ରାଣ ହରଇଥିବା ଲୋକଙ୍କ ଉଦ୍ଦେଶ୍ୟରେ  ମଶାଣିରେ ମଧ୍ୟ ଏମାନଙ୍କ ଫଟୋ ରହିବା ଯଥାର୍ଥ ବୋଲି ଛାତ୍ର କଂଗ୍ରେସ କହିଛି । ଏହା ସହ ଛାତ୍ର କଂଗ୍ରେସ ତରଫରୁ ବଲାଙ୍ଗିର ବିଭୂତି ପଡା ସ୍ଥିତ ଶ୍ମାଶାନରେ ଉଭୟ ମୋଦୀ ଓ ନବୀନଙ୍କ ଫଟୋଚିତ୍ର ଲଗା ଯାଇଛି ।  ଦେଶ ଦୀର୍ଘ ଦେଢ ବର୍ଷ ହେବ କରୋନା ମହାମରୀ ସଂଗେ ଲଢୁଛି । ବିଦେଶ ରେ ଆରମ୍ଭ ହୋଇଥିବା ଏହି ମହାମାରୀ ସରକାରଙ୍କ ଅଣଦେଖା ଯୋଗୁଁ ଦେଶରେ ତାଣ୍ଡବ ରଚିଛି । ସରକାର ଏହାର ବିହିତ ବ୍ୟବସ୍ଥା କରିବାରେ ଫେଲ ମାରିଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବେପରୁଆ ସଟ୍‌ଡାଉନ୍ ଲକ୍‌ଡାଉନ୍ ଯୋଗୁଁ ଦେଶ ନିଜର ଅର୍ଥନୀତି ହରାଇ ବସିଛି । କେତେ ଯେ ପ୍ରବାସୀ ନିଜର ଜିବନ ଜିବିକା ହରାଇଛନ୍ତି ତାହାର ହିସାବ ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାରମ୍ବାର ଚେତାବନୀ ସତ୍ୱେ ସରକାର ନିର୍ବାଚନ ଉନ୍ମାଦନାରେ ବ୍ୟସ୍ତ ରହି ଏଜାଏଁ ପ୍ରାୟ ତିନି କୋଟି ଦେଶବାସୀଙ୍କୁ କରୋନା ମୂଖକୁ ଠେଲି ଦେଇଛି । ସେ ମଧ୍ୟରୁ ପ୍ରାୟ ଚାରି ଲକ୍ଷ ଲୋକ ନିଜର ଜିବନ ହରାଇଛନ୍ତି । ଯାହା ସରକାରୀ ସୂତ୍ର କହୁଛି , କିନ୍ତୁ ଅସଲ ସ୍ଥିତି ଅନ୍ତତଃ ଏହାର ଦଶ ଗୁଣା ଅନୁମାନ କରାଯାଉଥିବାବେଳେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ଦେଶର ଅତି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ସର୍ବ ସମ୍ମୁଖରେ ପଡିଛି । ଦେଶ ବିଦେଶରେ ଭାରତର ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏଭଳି ସ୍ଥିତିରେ ଦେଶବାସୀଙ୍କ ନାର୍ଯ୍ୟ ହକ କରୋନା ଟୀକା ସେମାନଙ୍କ ପାଇଁ ଉପଲବ୍ଧ କରିବା ପରିବର୍ତ୍ତେ କେନ୍ଦ୍ରର ମୋଦୀ ସରକାର ଟୀକା ପ୍ରମାଣ ପତ୍ରରେ ମୋଦୀଙ୍କ ଫଟୋଚିତ୍ର ଦେଇ ଅତି ହୀନ ରାଜନୀତି ଆରମ୍ଭ କରିଛି । ଆମ ରାଜ୍ୟର ନବୀନ ସରକାର ମଧ୍ୟ ଠିକ ସେହି ଦିଗରେ ଗତି କରି ଠୀକାକରଣ କେନ୍ଦ୍ର ମାନଙ୍କରେ ନବୀନଙ୍କ ବଡ ବଡ ତୋରଣ ଲଗାଉଛି । ଯଦି ଟୀକାକରଣ ପତ୍ର ଓ କେନ୍ଦ୍ରରେ ମୋଦୀ- ନବୀନଙ୍କ ଫଟୋ ରହିବା ଯଥାର୍ଥତା ରହିଛି, ତେବେ ଏଯାଏଁ କରୋନାରେ ମୃତ୍ୟୂବରଣ କରିଥିବା ଲୋକଙ୍କ ପାଇଁ ମଶାଣିରେ ମଧ୍ୟ ଏମାନଙ୍କ ଫଟୋ ରହୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯଦି ଅଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ କରୋନା ଟୀକାକରଣ କୁ ନେଇ ନିଜ ହୀନ ରାଜନୀତି ଜାରି ରଖେ ତେବେ ଏହା ବିରୁଦ୍ଧରେ ଦୁର୍ବାର ଅନ୍ଦୋଳନ କରାଯୀବ ବୋଲି କଂଗ୍ରେସ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ପକ୍ଷରୁ ଅଜିତ ମହାନନ୍ଦ, ରୋଶନ ମିଶ୍ର, ଟୁଲୁ ସେନ, ସୁଜିତ କୁମ୍ଭାର, ଅମୀୟ ପୁଟେଲ, ଅଞ୍ଚଳ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲାବେଳେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର,  ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, କିସାନ କଂଗ୍ରେସ ସଭାପତି ସାନ୍ନଦ ମିଶ୍ର, ରାଜୀବ ଗାନ୍ଧୀ ପଞ୍ଚୟତିରାଜ ସଂଗଠନ ସଭାପତି ଅଜୟ ବାଲୀ, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ଲୋପନ ମିଶ୍ର ଓ ନାସିର ଖାନ ପ୍ରମୂଖ ସହେ୍‌ାଗ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026

You Might Also Like

       
  ଜିଲ୍ଲା  

ବରୀ ରେ ବନ୍ୟା