-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): କ୍ଷେତରାଜପୁର ଥାନା ରେ ମୋ ସରକାର ୫ଟି ସେଲ ଦ୍ଵାରା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର ଉଦଘାଟନ କରିଥିଲେ I ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଥାନା ଅଧିକାରୀ ମମତା ନାଏକ, ଆର୍ ଆଇ
ରାଜୀବ ଲୋଚନ ସେଠ ଉପସ୍ଥିତ ଥିଲେ l ଏହି ଶିବିରରେ ସର୍ବମୋଟ ୧୦୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ଏହି ଶିବିରକୁ ସମ୍ବଲପୁର ସଦର ଡାକ୍ତରଖାନା ରକ୍ତଭଣ୍ଡାରର କର୍ମଚାରୀମାନେ ପରିଚାଳନା କରିଥିଲେ । କ୍ଷେତରାଜପୁର ଥାନା ର ସମସ୍ତ କର୍ମଚାରୀ ତଥା ଅରବିନ୍ଦ ନାୟକ,ପ୍ରଦୀପ ସେଠ ,ପ୍ରଶାନ୍ତ ବେହେରା ଏବଂ ରାମଦାସ ପଣ୍ଡା ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।