-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ସମ୍ବଲପୁର (ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ଜିଲ୍ଲା ସ୍ତରୀୟ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଏହି ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରେ ରହିଛନ୍ତି ୬ ଜଣ । ତେବେ ସମ୍ବଲପୁର ଜ଼ିଲ୍ଲା ପାଇଁ ଖଣ୍ଡପଡା ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ଗତ ଲୋକସଭା ଦଳୀୟ ପ୍ରାଥି ଇ. ନଳିନୀ କାନ୍ତ ପ୍ରଧାନ ଙ୍କୁ ପୁଣି ଥରେ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି I ଠିକ ସେହିପରି ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଦାୟିତ୍ବ ଦିଆଯାଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନରବଙ୍ଗପୁର, ରାୟଗଡା ଓ ଗଜପତି ଦାୟିତ୍ବ ଦିଆଯାଇଛି । ଦେବୀପ୍ରସାଦ ମିଶ୍ର ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ବ ସମ୍ଭାଳିବେ । ନିରଞ୍ଜନ ପୂଜାରୀଙ୍କୁ ନୂଆପଡା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ସମ୍ବଲପୁର ଜ଼ିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡା, ସୋନପୁର, ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଦାୟିତ୍ବ ଦିଆଯାଇଛି । ମହେଶ୍ବର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ବ ପ୍ରଦାନ କରାଯାଇଛି । ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ବର ଜିଲ୍ଲା ପାଇଁ ପ୍ରତାପ ଦେବ, ବରଗଡ଼ ଜିଲ୍ଲା ପାଇଁ ସୁଧୀର ସାମଲ ଓ ଭଦ୍ରକ ଜିଲ୍ଲା ପାଇଁ ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ପାଇଁ ସମୀର ଦାଶ, ଯାଜପୁର ଜିଲ୍ଲା ପାଇଁ ଅଶୋକ ପଣ୍ଡା, ଝାରସୁଗୁଡ଼ା- ଜିଲ୍ଲା ପାଇଁ ସୁବାସ ସିଂହ ଓ କଳାହାଣ୍ଡି ଜିଲ୍ଲା ପାଇଁ ନବ ଦାସଙ୍କୁ ନିଯୁକ୍ତି ମିଳିଛି। ସେହିପରି କନ୍ଧମାଳ ଜିଲ୍ଲା ପାଇଁ ପ୍ରତାପ ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦୁଝର ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପାଇଁ ପ୍ରମିଳା ମଲ୍ଲିକ, କୋରାପୁଟ ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ମାଲକାନଗିରି ଜିଲ୍ଲା ପାଇଁ ଚନ୍ଦ୍ର ସାରଥି ବେହେରା, ବଲାଙ୍ଗିର ଜିଲ୍ଲା ପାଇଁ ସୁଶାନ୍ତ ସିଂ, ବୌଦ୍ଧ ଜିଲ୍ଲା ପାଇଁ ସୌଭାଗ୍ୟ ନାୟକ, କଟକ ଜିଲ୍ଲା ପାଇଁ ଉଷା ଦେବୀ, ଦେବଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ସିଂ, ଢେଙ୍କାନାଳ ଜିଲ୍ଲା ପାଇଁ ବିଜୟ ନାଏକ, ଗଜପତି ଜିଲ୍ଲା ପାଇଁ ଅତନୁ ସବ୍ୟସାଚୀ ନାଏକ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରୀତିରଞ୍ଜନ ଘଡାଇ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ଜିଲ୍ଲା ପାଇଁ ତୁଷାରକାନ୍ତୀ ବେହେରା, ନୟାଗଡ଼ ଜିଲ୍ଲା ପାଇଁ ପଦ୍ମନାଭ ବେହେରା, ନୂଆପଡ଼ା ଜିଲ୍ଲା ପାଇଁ ଦିବ୍ୟଶଙ୍କର ମିଶ୍ର, ପୁରୀ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୁରୀ ଜିଲ୍ଲା ପାଇଁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାୟଗଡ଼ା ଜିଲ୍ଲା ପାଇଁ ଅତନୁ ସବ୍ୟସାଚୀ ନାଏକ ଓ ସୋନପୁର ଜିଲ୍ଲା ପାଇଁ ପ୍ରଦୀପ ଅମାତ ଙ୍କୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ପ୍ରକୋଷ୍ଠ ) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି I