-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
କଟକ: କଟକ ଜିଲ୍ଲା ନେମାଳ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ପଦ୍ମବନ ପୀଠରେ ଦେବାସ୍ନାନ ପୂର୍ଣ୍ଣମୀ ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି l ଆଜି ସନ୍ଧ୍ୟା ୬ ଟାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପୀଠରେ ଏହା ବଳବତ୍ତର ରହିବ। ଏହି ପୀଠରେ ଦେବସ୍ନାନ ପୂର୍ଣ୍ଣିମା ରେ ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ତେଣୁ ପ୍ରଶାସନ ଏହି ଭିଡକୁ କୁ ଦୃଷ୍ଟିରେ ରଖି ଏଠାରେ ସ୍ଥାନୀୟ ତହସିଲଦାର ୧୪୪ ଧାରା ଜାରି କରିଛନ୍ତି। ଗତ ବର୍ଷ ଏବଂ ଚଳିତ ବର୍ଷ ରେ ମହାମାରୀ କୋଭିଡ୍ ଯୋଗୁଁ ଏହି ପୀଠରେ କ୍ରମାନ୍ୱୟରେ ଏହି ଦିନ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେଉଥିବା ରୁ ଶ୍ରଦ୍ଧାଳୁ ମାନେ ପ୍ରଭୁ ଦର୍ଶନ ରୁ ବିମୁଖ ହେବା ଭକ୍ତ ମନରେ ଅନେକ ଦୁଃଖ ଭରି ଯାଇଛି।(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)