-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) - ସୋନପୁରରେ ରଥଯାତ୍ରା ପାଳନ ପାଇଁ ଆଜି ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଉପ ଜିଲ୍ଲାପାଳ ନିହାର ରଂଜନ କଁହର ଅଧ୍ୟକ୍ଷତl କରିଥିଲେ l ବଡ ଜଗନ୍ନାଥ, ଦଧି ବାମନ ଓ ବୃଦବନ ବିହାରୀ ମହାପ୍ରଭୁଙର ସମସ୍ତ ନୀତିକାନ୍ତି କୋଡ଼ିଡ୍ ମାର୍ଗଦର୍ଶିକା ଅନୁସାରେ ପାଳନ କରିବା ସହ ସୀମିତ ସେବାୟତକୁ ନେଇ ଚଳିତ ବର୍ଷ ମନ୍ଦିର ପରିସରରେ ମହାପ୍ରଭୁ ଙ୍କ ନୀତି ସଂପାଦିତ ହେବ ଏଥିରେ ସମସ୍ତ ସେବାୟତ ସହଯୋଗ କରିବାକୁ ଅନୁରେlଧ କରାଯାଇଥିଲା l ଯାତ୍ରା ସମୟରେ ଓ ପୂର୍ବରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି l ବୈଠକରେ ଦେବୋତ୍ତର କମିଟି ର କର୍ମକର୍ତ୍ତା ସହ ପୂଜକ, ନିୟୋଗ ସେବାୟତ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ l