-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ସୋରଡl(ଉମା ମହାରଣା) -ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନେତାଜୀ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା l ଜଣେ କାର୍ଯାରତ ଅମିନ ଙ୍କୁ ବିଚ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ କଲେ ଜଣେ ବ୍ୟକ୍ତି l ଗୁରୁତର ଅବସ୍ଥାରେ ଅମିନ ଜଣଙ୍କ ସୋରଡ଼ା ମେଡିକାଲ ରେ ଭର୍ତି କରାଯାଇଛି l ଅମିନ ଜଣଙ୍କ ହେଲେ ସୋରଡ଼ା ତହସିଲ ଅନ୍ତର୍ଗତ ଅସୁରବନ୍ଧ ସର୍କିଲ ର କାର୍ଯ୍ୟରତ ବାଗାତି ଅର୍ଜୁନ l
ସୂଚନା ପ୍ରକାରେ ଅମିନ ଜଣଙ୍କ ତହସିଲ କାର୍ଯ୍ୟାଳୟ କ୍ଵାଟର ରୁ ବାହାରି ବଜାର କୁ ଶାଗ କିଣିବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି କିଛି ବୁଝିବା ପୂର୍ବରୁ ଏକ ଧାରୁଆ ଅସ୍ତ୍ର କାତି ରେ ଅମିନ ଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ ଆଖ ପାଖରେ ଥିବା ଲୋକ ମାନେ ଆକ୍ରମଣ କାରି ଙ୍କୁ କୌଶଳ କ୍ରମେ କାବୁ କରି ପୋଲିସ ରେ ଜିମା ଦେବା ସହ ଗୁରୁତର ଅମିନ ବାଗାତି ଅର୍ଜୁନ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୋରଡ଼ା ରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି l ପୋଲିସ ଦ୍ୱାରା ଅଟକ ଥିବା ବ୍ୟକ୍ତି ଜଣଙ୍କ ଖଜୁରୀପଲି ଗ୍ରାମର କାଁହୁ ଚରଣ ପଟନାୟକ ବୋଲି ଜଣା ପଡ଼ିଥିବା ବେଳେ ତା ନିକଟରୁ ଏକ ଧାରୁଆ ଅସ୍ତ୍ର କାତି ଓ ତେଣ୍ଟା ଜବତ କରିଛି । କେହୁଁ କାରଣ ରୁ ଅମିନଙ୍କୁ ଆକ୍ରମଣ ହୋଇଛି ତାହା ଜଣା ପଡୁନାହିଁ ଘଟଣା ର ଅଧିକା ତଦନ୍ତ କରୁଛି ପୋଲିସ ।