-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ ): କରୋନାକୁ ମାତ୍ ଦେବା ପାଇଁ ଟୀକା ହିଁ ଏକମାତ୍ର ସଞ୍ଜିବନୀ ବୋଲି ସାବ୍ଯସ୍ତ ହୋଇଛି l ଏଥି ସକାଶେ ଟୀକା ନେବାକୁ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ଦେଖାଯାଇଛି l ଆଜି ଲୋଇସିଂହା ବ୍ଲକ ନିକଟସ୍ଥ ଏଚ. କେ. ମହତାବ ହାଇସ୍କୁଲରେ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ କରୋନା ଟୀକା ସୁରୁଖୁରୁରେ ଦିଆଚାଲିଛି l କୋଭିଡ଼ କଟକଣାକୁ ପାଳନ କରଯାଇ ଟୀକାଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି l ଏହି ଭେକସିନ ଅନଲାଇନ ଓ ଅଫଲାଇନ ପ୍ରାୟ ୨ ଶହ ଡୋଜ ଟୀକା ଲୋକଙ୍କୁ ଦେବାଲାଗି ମହଜୁଦ ରହିଛି l ଶତାଧିକ ଲୋକ ଲୋଇସିଂହା ଓ ଆଖପାଖ ଅଂଚଳରୁ ଆସି କରୋନା ଟୀକାଲାଗି ଛିଡା ହୋଇଛନ୍ତି l ଏହି ଟୀକାଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l