-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ପରିସରରେ ଶ୍ରଦ୍ଧାଂଜଳି ସଭାଭାରତର ଦୌଡକୁଦ କିମ୍ବଦନ୍ତୀ ମିଖାଲ୍ ସିଂ ଙ୍କ ବିହୋଗରେ ଆଜି ସକାଳେ ସୁବର୍ଣ୍ଣପୁର ସହର ରାମେଶ୍ବର ଷ୍ଟାଡିୟମ ଠାରେ ଇନ ଫିନେଟିଭ ଏ ଥେଲେ ଟିକ ସୋସିଏସନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ବି.ସତ୍ୟ ନାରାୟଣ ରାଓଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସମ୍ପାଦକ ବିରୁ ପ୍ରତାପ ଦାସ, କୋଚ ମହମ୍ମଦ କଳିମ୍,ଗୋକୁଳ ଠାକୁର,ଲାଳବାବୁ ସେଠ୍,ଦିଲ୍ଲୀପ ଭୁକ୍ତା,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ମିଖାଳ ଭାରତକୁ ଦେଇଥିବା ଅବଦାନ ଉପରେ ଆଲୋକପାତ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ କ୍ରୀଡ଼ାବିତ ଓ ଖେଳାଳୀ ଉପସ୍ଥିତ ଥିଲେ l