-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
12-Jun-2021
ସମ୍ବଲପୁର, ଲଇଡା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଲଇଡା ପୋଲିସ ଫାଣ୍ଡି ର ଦେହେରିପାଳି ଗ୍ରାମର ନିଲେଶ ସାହୁ ( ୨୪) ନାମକ ଯୁବକ ସେହି ଗ୍ରାମର ଜନୈକ ୧୬ ବର୍ଷିୟ ନାବାଳିକା କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରି ଫେରାର ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ପ୍ରାପ୍ତ ଖବର ରୁ ଜଣାପଡିଛି ଯେ ଏହି ବିଷୟରେ ଗତ ୪ ତାରିଖ ଗ୍ରାମରେ ଉଭୟ ପକ୍ଷଙ୍କ ମାଁ, ବାପା,ଭାଇ ଉପସ୍ଥିତ ରେ ସଭା ଅନୁଷ୍ଠିତ ହୋଇଥିଲା I ସେହି ସଭାରେ ନିଲେଶ ଉକ୍ତ ନାବାଳିକା ର ବୟସ ହୋଇ ନାହଁ ଓ ବିବାହର ବୟସ ହେଲା ପରେ ବିବାହ କରିବାକୁ ବିଚାର କରିବ ବୋଲି ପ୍ରକାଶ କରିଥିଲେ I କିନ୍ତୁ ସେହି ପ୍ରତିଶ୍ରୁତି କୁ ନାବାଳିକା ବିଶ୍ବାସ ନ କରି ପୁଣି ୫ ତାରିଖ ରେ ଆଉ ଗୋଟିଏ ସଭା ହୋଇଥିଲା ଯେଉଁଥିରେ ସେହି ଯୁବକ ନାବାଳିକା କୁ ଜାତି ର ଆକ୍ଷେପ କରି ଛୋଟ ଜାତି କହି ବିବାହ ନ କରିବା ବୋଲି ସର୍ବ ସମ୍ମୁଖ ରେ ପ୍ରକାଶ କରିଥିଲେ I ଏହାପରେ ନାବାଳିକା କୁ ଧମକଚମକ କରି କେଶ ନ କରିବାକୁ କହିଥିଲା ଓ କେଶ କଲେ ଜୀବନ ରୁ ମାରି ଦେବୁ କହିଥିଲେ। ଓ ତାପରେ ଗ୍ରାମରୁ ଫେରାର ହୋଇଥିବା ଜଣାପଡିଛି। ନାବାଳିକା ତାର ଜୀବନ ପ୍ରତି ବିପଦ ଅନୁଭବ କରି ଗତ ୯ ତାରିଖ ଦିନ କତରବଗା ଥାନା ରେ ଅଭିଯୋଗ କରିଥିବା ଆଇଆଇସି ଅଜୟ ଜେନା ପ୍ରକାଶ କରିଛନ୍ତି। ଡିଏସପି ଯୋଗେଶ୍ବର ଓରାମ ଏହି କେସ ର ଦାୟିତ୍ବ ନେଇ ତଦନ୍ତ ଆରମ୍ଭ କରିଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି I