-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଉଲୁଣ୍ଡା( ଗୌରଚନ୍ଦ୍ର ପରିଛା) ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ମହିଳା ମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି । ଆଜି ସାରା ରାଜ୍ୟରେ ଏହି ସାବିତ୍ରୀ ବ୍ରତକୁ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ସମସ୍ତ ଗ୍ରାମରେ ମଧ୍ୟ ମହଳା ମାନେ ପାଳନ କରୁଛନ୍ତି । ଏହି କ୍ରମରେ ଆଜି ବ୍ଲକର ଲସ୍ତଲା ପଂଚାୟତର ଅନନ୍ତପାଲି ଗ୍ରାମରେ ମଧ୍ୟ ପାଳନ କରାଯାଇଛି । ମୁଖ୍ୟ ପୂଜକ ଭାବରେ ସେବତୀ ପରିଛା ସାବିତ୍ରୀ, ସତ୍ୟବାନ ଏବଂ ଲକ୍ଷ୍ମୀନାରାୟଣଙ୍କୁ ଆବାହନ କରି ପୂଜାର୍ଚନା କରିଥିଲେ । ପାରମ୍ପରିକ ପୂଜାକ୍ରମରେ ଗ୍ରାମର ୨୬ ଜଣ ମହିଳା କଲସ ସ୍ଥାପନ ପୂର୍ବକ ଦୀପପ୍ରଜ୍ୱଳନ କରି ସାବିତ୍ରୀ ବ୍ରତ ଉପାଖ୍ୟାନ ଶୁଣିଥିଲେ । ପରେ ପ୍ରତ୍ୟେକ ମହିଳା ନିଜ ସ୍ୱାମୀର ପାଦ ଧୌତ ସହ ଜଳ ସ୍ପର୍ଶ କରି ବ୍ରତ ଉଦଯାପନ କରିଥିଲେ ।