-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2021
ବୌଦ୍ଧ(ଶ୍ରୀବନ୍ତମେହେର)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ସ୍ୱାମୀ ସ୍ତ୍ରୀ ଙ୍କ ମୃତ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର କେତେଜଣ ଜଣ ଓଡ଼ି୧୬- ୦୯୧୦ ନମ୍ବର ବିଶିଷ୍ଟ ଏକ କାର ରେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାର ଟି ଭାରସ୍ୟାମ ହରାଇ ରାସ୍ତା କଡ଼ର ଏକ ଗଛ ରେ ପିଟି ହୋଇଥିଲା lଏଥିରେ ଘଟଣା ସ୍ଥଳରେ ଜଣେ ମହିଳା ଓ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି l ମୃତକ ସ୍ୱାମୀ ସ୍ତ୍ରୀ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁ ର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ ନମିତା ନାଏକ। ପୁରୁଣାକଟକ ପୋଲିସ ଘଟଣା ର ତଦନ୍ତ କରୁଛି l