-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
କଣ୍ଟାମାଳ (ଅକୃର ସାହୁ) କଣ୍ଟାମାଳ ବ୍ଳକ ଘଣ୍ଟାପଡା ସେକ୍ସନ୍ ମାଣିକପୁର ଫିଡର ରେ ଵାରମ୍ଵାର ଵିଦ୍ଯୁତ୍ କାଟ୍ ଯୋଗୁଁ ଜନ ଜୀବନ ହନ୍ତସନ୍ତ ହୋଇ ପଡୁଛି । ପ୍ରବାଳ ଖରା ସାଙ୍ଗକୁ ତୁହାକୁ ତୁହା ବିଦ୍ୟୁତ କାଟ୍ ଲୋକଙ୍କୁ ଅସ୍ତ ବ୍ୟସ୍ତ କରିଦେଉଛି l ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟାପଡା ସେକ୍ସନ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ଵାରମ୍ଵାର କହିଲେ ମଧ୍ୟ ଶୁଣୁନାହାନ୍ତି । ବିଶେଷ କରି ଲାଇନ ମେନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଅବସ୍ଥା ହେଉଛି ବୋଲି ଅଭିଯୋଗ ହେଉଛି। ବାରମ୍ବାର ବିଦ୍ୟୁତ କାଟ୍ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଦାବି ହେଉଛି ।