-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ସୋନପୁର,(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବା ଉଦ୍ଦେଶ୍ୟରେ କୋଭିଡ ଗାଇଡ ଲାଇନ ଅନୁପାଳନ ପୂର୍ବକ ଏକ ଉଚ୍ଚ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ନୂତନ ଭାବେ ଅବସ୍ଥାପିତ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିଅର ରେଡକ୍ରସର ସଭାପତି ଶ୍ରୀ ଲକ୍ଷ୍ମଣ ଭୋଇଙ୍କୁ ବରିଷ୍ଠ ସାଧନକର୍ମୀ ଦଳ ଜିଲ୍ଲା ଶିକ୍ଷା ଅଧରକାରୀଙ୍କ ଅଫିସ କାର୍ଯ୍ୟାଳୟରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା
ସହିତ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ୨୦୨୧-୨୨ ଶିକ୍ଷାବର୍ଷରେ ହାତକୁ ନେବାକୁ ଥିବା କାର୍ଯ୍ୟକ୍ରମର ଏକ ଅଣୁ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଅବସ୍ଥାପିତ ହୋଇଥିବା ଏଡିଇଓ ଡା. ରାଧାକାନ୍ତ ଗଡତିଆ ଏବଂ ଏଡିଇଓ ସୁଶ୍ରୀ ମଞ୍ଜୁଲତା ଭୋଇ ଦ୍ୱୟଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ରକ୍ତ ଦାନ ଶିବିର ଆୟୋଜନ କରାଯିବା ସହିତ ପେନଡେମିକ କରୋନା ସମୟରେ ଜୁନିଅର ରେଡକ୍ରସ ମାଧ୍ୟମରେ ବିଭିନ୍ନ ଜନ ସଚେତନ କାର୍ଯ୍ୟକ୍ରମ ହାତକୁ ନେବାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଭୋଇ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଦ୍ୟାଳୟରେ କାର୍ଯ୍ୟରତ ପରାମର୍ଶଦାତା ଓ ସାଧନକର୍ମିମାନେ
ରେଡକ୍ରସର ନୀତି ଅନୁଯାୟୀ ନିଜସ୍ୱ ଶତ ପ୍ରତିଶତ ଯୋଗଦାନ କରିବା ସହିତ ଜିଲ୍ଲା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ କିଭଳି ତ୍ୱରାନ୍ୱୀତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ହିମାଂଶୁ ଶେଖର କର, ଉପ ସଭାପତି ଗତିକୃଷ୍ଣ ମିଶ୍ର, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସେକ୍ସନଅଫିସର ସପ୍ନେଶ୍ୱର ନାଗ, ବରିଷ୍ଠ ସାଧନ କର୍ମୀ ଝସକେତନ ମେହେର, ଅନନ୍ତରାମ ପାଢୀ, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।