-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀରର ସ୍ଥାନୀୟ ବାସୀନ୍ଦା ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ସୁରେଶ ବାରିକ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ଏପରିକି ଶ୍ରୀଯୁକ୍ତ ବାରିକଙ୍କ ପାଞ୍ଚ ମାସର କୋମଳମତୀ ଶିଶୁ କନ୍ୟା ତିତିଲି ମଧ୍ୟ କରୋନାରୁ ମୁକୁଳି ପାରି ନଥିଲା । ଦୀର୍ଘ ଅଠର ଦିନ କରୋନା ସହିତ ସଂଗ୍ରାମ କରି ପରିବାରର ସମସ୍ତ
ସଦସ୍ୟ କରୋନାକୁ ହରାଇଥିଲେ । ପାଞ୍ଚ ମାସର କୋମଳ ମତୀ ଶିଶୁ କନ୍ୟା ତିତିଲି ମଧ୍ୟ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ଆଜି ବଲାଙ୍ଗୀର ସ୍ଵେଛାସେବୀ ସଂଗଠନର ସଦସ୍ୟ ଗଣ ଖବର ପାଇ ତାଙ୍କ ଘରକୁ ଯାଇ ତାଙ୍କର ଭଲ ମନ୍ଦ ବୁଝିବା ସହ ତାଙ୍କ ଘରକୁ ସାନିଟାରାଇଜ୍ କରିଥିଲେ । ତା ସହ ସହରର ଅନେକ ସ୍ଥାନରେ *
ପଜିଟିଭ ଥିବା ଲୋକଙ୍କ ଘରକୁ ଯାଇ ସାନିଟାରାଇଜ କରିବାର ଗୁରୁ ଦାୟିତ୍ଵ ବହନ କରିଛି ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ । ଏହିଭଳି ସାନିଟାରାଇଜ୍ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ର ସଭ୍ୟ ମାନେ କହିଛନ୍ତି l