-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2021
ବିନିକା, (ହିମାଂଶୁ ଶେଖର ପୁଟେଲ): ସୁବର୍ଣ୍ଣପୁର ଜିଲ୍ଲା ମହୁଲେ ପଞ୍ଚାୟତ ମହୁଲେ ଗ୍ରାମର ଧର୍ମପରାୟଣ, ପରୋପକାରୀ,ନିଷ୍ଠାବାନ ତଥା ସମସ୍ତଙ୍କର ଆଦରଣୀୟ ବସୁଦେବ ପୁଟେଲ(୮୪)ଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି l ସ୍ବର୍ଗତ ପୁଟେଲ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରାମାୟଣ ପାରାୟଣ, ଭାଗବତ, ଅଖଣ୍ଡ ରାମାୟଣ,ସଂକ୍ରାନ୍ତି ଆଦି କାର୍ଯ୍ୟକ୍ରମ ମାନଙ୍କରେ ଉପସ୍ଥିତ ରହି ଲୋକଙ୍କ ସେବା କରିବାର ସୁଯୋଗକୁ କେବେ ବି ହାତଛଡ଼ା କରି ନ ଥିଲେ l ସେଥିପାଇଁ ସେ ଜନମାନସରେ ପ୍ରିୟଥିଲେ l ସେ ଦୀର୍ଘ ଏକ ସପ୍ତାହ ହେଲା ବାର୍ଦ୍ଧକ୍ୟ ଜନିତ ହୋଇ ଘରେ ଶଯ୍ୟାଶାୟୀ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ପରିବାର, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ପରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଘରକୁ ଆସି ଶେଷ ଦର୍ଶନ କରିଥିଲେ l ଆଜି ସକାଳେ ନିକଟସ୍ଥ ଶ୍ଵସାନରେ ତାଙ୍କର ଅନ୍ତେଷ୍ଟ୍ରିକ୍ରୀୟା ସମ୍ପନ୍ନ ହୋଇଥିଲା l ବଡ଼ପୁଅ ତଥା ଶିକ୍ଷକ ସୀତାରାମ ପୁଟେଲ ମୁଖାଗ୍ନି ପ୍ରଦାନ କରିଥିଲେ l