-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବିଶ୍ଵ ପରିବେଶ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସମାଜସେବୀ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶିବରାମ ସାହୁଙ୍କ ନିଜସ୍ଵ ପ୍ରଚେଷ୍ଟାରେ ରେଢ଼ାଖୋଲ ତାଲ ଖୋଲଗଡ ହାତୀ ଚଳାପଥରେ ହାତୀ ମାନଙ୍କ ଖାଦ୍ୟ ଚାହିଦା ମେଣ୍ଟାଇବା ପାଇଁ ହାତୀ ଖାଉଥିବା ଗଛ ଶିଆଳି, ମାରଦା, ଖୁମ୍ପି ପ୍ରଭୃତି ଗଛ ଲଗାଯାଇଥିଲା। ତା ସହିତ ଆଜି ବିଶ୍ୱ ପରିବେଶ ଦିବସ
ଅବସରରେ ଚାରମାଳ ଗୋଷ୍ଠି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ଃ ରାମକୃଷ୍ଣ ପତି , କିଶୋର କର୍ଣ୍ଣ , କୌଶଲ୍ୟା ବାଘ , ତେତିଶ ମହାନ୍ତି , ରାକେଶ
ଦେହୁରୀ ଓ ଚାରମାଳ ସିଏଚସିର ଫାର୍ମାସିଷ୍ଟ ରଞ୍ଜିତ ପ୍ରଧାନ, ଅହଲ୍ୟା ରାୟ, ଅନୁରାଧା ଥେମରିଆ, ଅମର ନାଥ ଗୁପ୍ତା ଓ ମେଡିକାଲ କର୍ମଚାରୀ ବୃକ୍ଷ ରୋପଣ କାର୍ଯକ୍ରମରେ ଉପସ୍ଥିତ ଥିଲେ।