-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||     

HOME   ଜିଲ୍ଲା

ବ୍ୟକ୍ତିଙ୍କୁ ଅନୁଷ୍ଠାନର ସ୍ଵରୂପ ଦେଇପାରିଲେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ: ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଶୋକସଭା

06-Jun-2021



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) :ସୁବର୍ଣ୍ଣପୁର  ନୋଡାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍) ଅନୁଷ୍ଠାନର ଆବାହକତ୍ଵରେ ଓଡିଶାର ଗର୍ବ ଓ ଗୌରବ ଶଲାବୁଢା ଫେମ ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଗତ କାଲି ଏକ ଶୋକ ସଭା ଭାର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵର୍ଗତ ଅଟଳ ବିହାରୀ ପଣ୍ଡା ପଶ୍ଚିମ ଓଡିଶାର ସାଂସ୍କୃତିକ ଓ ସାହିତ୍ୟିକ ଅସ୍ମିତାର ପ୍ରତିଭୂ ଏବଂ ଶ୍ରୀ ପଣ୍ଡାଙ୍କୁ ଏକ ବ୍ୟକ୍ତିରୁ ଉର୍ଦ୍ଦ୍ଵକୁ ନେଇ ଅନୁଷ୍ଠାନର ସ୍ଵରୂପ ଦେଇପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା   ମତ ପ୍ରକାଶ କରିଥିଲେ  ।
ଡ. ଅଟଳ ବିହାରୀ ପଣ୍ଡା ୦୧ ଡିସେମ୍ଵର ୧୯୩୧ ମସିହାରେ ସ୍ଵର୍ଗତ କବିରାଜ ବାସୁଦେବ ପଣ୍ଡା ଏବଂ ମାତା ସ୍ଵର୍ଗତ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ଔରସରୁ ବିନିକା ସ୍ଥିତ ଗଡଭିତର ପଡାରେ ଜନ୍ମଲାଭ କରି ତମାମ ଜୀବନ ସାହିତ୍ୟ, ସଂଗୀତ ଏବଂ ନାଟକ ସାଧନାରେ ବ୍ରତୀ ଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ପ୍ରାୟ ୩୦ ଖଣ୍ଧ ଓଡିଆ ବେତାର ଓ ମଂଚ ନାଟକ, ୬ ଖଣ୍ଡ ଅପେରା ରଚନା କରିଥିବା ସତ୍ଵେ କୋସଲି-ସମ୍ଵଲପୁରୀ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସମ୍ଵଲପୁରୀ-କୋସଲି ଭାଷାରେ ପ୍ରଥମ ପ୍ରକାଶିତ ପୂର୍ଣ୍ଣାଙ୍ଗ ନାଟକ ଫଟା କପାଲ, ପ୍ରଥମ ପ୍ରକାଶିତ ଉପନ୍ୟାସ ଦେବୀ, ପ୍ରଥମ ପ୍ରକାଶିତ ଆତ୍ମଜୀବନୀ ବାନ୍ଦୁ ଉବାଚର ସେ ଲେଖକ। ପ୍ରାୟ ୩୩ ଖଣ୍ଡ କୋସଲି-ସମ୍ଵଲପୁରୀ ନାଟକ, ୨୦୦ ରୁ ଉର୍ଦ୍ଧ୍ଵ ଗୀତ ରଚନା ସହ ଶତାଧିକ ନାଟକର ଅଭିନେତା ଏବଂ ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ପଣ୍ଡା। ତେବେ ୮୩ ବର୍ଷ ବୟସରେ ସବ୍ୟସାଚୀ ମହାପାତ୍ର ନିର୍ଦ୍ଦେଶିତ ଆନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ସିନେମା ଶଲାବୁଢା ର ମୁଖ୍ୟନାୟକ ଚରିତ୍ର ରେ ଅଭିନୟ ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଥିଲା। ଏହି ସିରିଜର ପରବର୍ତ୍ତୀ ଦୁଇ ସିନେମା ଆଦିମ ବିଚାର ଏବଂ ଶଲାବୁଢାର ବଦଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛି ଏବଂ ଶଲାବୁଢା ଓ ଆଦିମ ବିଚାର ସିନେମା ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।  ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ତେବେ ସମଗ୍ର ପୃଥିବୀରେ ଅସଂଖ୍ୟ ପ୍ରଶଂସକଙ୍କ ହୃଦୟର ମଉଡମଣି ସାଜିଥିବା ଏହି ନବେ ବର୍ଷୀୟ ଯୁବ ଅଭିନେତା ଅଳ୍ପଦିନ ତଳେ ନିଜ ଧର୍ମପତ୍ନୀଙ୍କ ବିୟୋଗ ପରେ ମର୍ମାହତ ହୋଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ ଏବଂ ବୁର୍ଲାରେ ଚିକିତ୍ସାଧୀନ ଥିଲେ ।ଗତ କାଲି  ପ୍ରାତଃ ୩.୪୫ ମି ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ଯୋଉଥିପାଇଁ ତାଙ୍କ ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସେ ହେଉଛନ୍ତି ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ । ନାଟ୍ ର କାର୍ଯ୍ୟକାରୀ ସଭାପତି ତଥା ଅଭିନେତା ପ୍ରଦ୍ୟୁମ୍ନ ସାହୁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ କୋସଲି ସାହିତ୍ୟ ସଂସ୍କୃତି ଏକାଡେମୀର ସଚିବ ଗୋରେଖନାଥ ସାହୁ, ରେଆର ର ସଭାପତି ଗୌରୀଶ୍ୟାମ ପଣ୍ଡା, ମହାନଦୀ ସାହିତ୍ୟ ସଂସଦର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକ, ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ପଏଁରୀ ସଂପାଦକ ଚୌଧୂରୀ ବିଭାର, ଭୀମଭୋଇ କଳା ପରିଷଦର ସଂପାଦକ ଉମେଶ କୁମ୍ଭାର, ନାଟ୍ୟଚକ୍ର ର ନିର୍ଦ୍ଦେଶକ ମନୋଜ ବାରିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ ତ୍ରିପାଠୀ, ଶ୍ୟାମା ଓମ ପ୍ରସାଦ ମିଶ୍ର, ସମ୍ବଲପୁର ଶ୍ରୀକଲଚରାଲ ଏକାଡେମୀର ସଂପାଦକ ନାଟ୍ୟକାର ସତ୍ୟ ରଂଜନ ବେହେରା,  ବରଗଡ ସଚେତନ ହେମା ଥିଏଟର ଗୃପର ନିର୍ଦ୍ଦେଶକ ରାଜକୁମାର ସାହୁ, ସ୍ଵଚ୍ଛ ଭାରତ ଅଭିଯାନର ସଂପାଦକ ମନୋରଂଜନ ତ୍ରିପାଠୀ, ଦେଶଫାଳ ଲୋକ କଳା ମହୋତ୍ସବ ଆବାହକ ବେଣୀମାଧବ ବେଦବାକ, ଅଭିନେତ୍ରୀ ଡ. ତପସ୍ଵିନୀ ଗୁରୁ, ସୁଶୀଳା ନାୟାର, ବଲିଉଡ ଏଡିଟର ଏସୋସିଏସନର ଉପଦେଷ୍ଟା ରାଜେନ୍ଦ୍ର ମହାପାତ୍ର, ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦର ସଂପାଦକ ଦ୍ଵିତୀକୃଷ୍ଣ ପଣ୍ଡା, ଦିଲ୍ଲୀ ଜୁହାର ପରିବାର, ସୁବର୍ଣ୍ଣସ୍ଵର ନିର୍ଦ୍ଦେଶକ ଶ୍ରୀଧର ବାଗ, ଏକସନଏଡର ଘାସିରାମ ପଣ୍ଡା, କବି ଆର୍ତ୍ତତ୍ରାଣ ବାବୁ, କବି ରଂଜିତା ପଣ୍ଡା, ବାପୁଜୀ କ୍ଲବର ଜିତେନ୍ଦ୍ର ପଟ୍ଟନାୟକ, ବୌଦ୍ଧ ଜିଲ୍ଲାରୁ ସାମ୍ବାଦିକ ତଥା  କବି ଭାର୍ଜନ ପ୍ରଧାନ, କବି ରଂଜୁ ଅମାତ, ସୀତାକାନ୍ତ ସିଂ, ଅଭିନେତା ବିରଞ୍ଚି ମେହେରଙ୍କ ସମେତ ନାଟର ସଦସ୍ୟମାନେ  ଉପସ୍ଥିତ ରହି ସ୍ଵର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭା ଆରମ୍ଭରେ ନାଟ୍ ର ସାଧାରଣ ସଂପାଦକ ବନମାଳୀ ପଣ୍ଡାଙ୍କ ସଂଯୋଜନାରେ ଶ୍ରୀ ଅଟଳ ବିହାରୀ ପଣ୍ଡାଙ୍କ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026

You Might Also Like