-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||     

HOME   ରାଜ୍ୟ

ରାଜ୍ୟରେ ବାତିଲ ହେଲା ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା

04-Jun-2021



ଭୁବନେଶର (ଶୁଭାଶିଶ ନାୟକ) : ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ଆଗ, ଆଉସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ  ଓ ସଭ୍ୟତା ଆଗକୁ ବଢିବ । ତେଣୁ ଆମ  ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ,ଦୃଢ ମନୋବଳ, ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ( Well Defined Objective Criteria)  ଦ୍ବାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 
ଏହି ମୂଲ୍ୟାୟନରେ ଯଦି କୌଣସି  ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ   ପରୀକ୍ଷା ଦେଇପାରିବେ  ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର   25-Jun-2026
  ଜିଲ୍ଲା  
ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   25-Jun-2026
  ରାଜ୍ୟ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   25-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର   25-Jun-2026
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026

You Might Also Like