-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ): ମଣ୍ଡିରେ ଧାନ କିଣିବା ଦାବୀରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ପେକ୍ସର ଚାଷୀ ମାନେ ଗୁରୁବାର ଦିନ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝୀଙ୍କୁ ଭେଟି ଏକ ଲିଖିତ କାଗଜପତ୍ର ଦେଇ ଦାବିପତ୍ର ପ୍ରଦାନ କରିଥିଲେ l ଟୋକନ୍ ଆସିବା ପରେ ଚାଷୀମାନେ ନିଜ ନିଜର ଧାନକୁ ମଣ୍ଡି ନିକଟକୁ ନେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର ଧାନ ବିକ୍ରି ହୋଇନାହିଁ। ଏଣୁ ଯଥା ସମ୍ଭବ ଚାଷୀ ମାନଙ୍କର ଧାନ ସରଗାଡ଼ ପେକ୍ସରୁ କିଣାଯାଉ ବୋଲି ଗ୍ରାମର ଲୋକେ ଯଥା ଶମ୍ଭୁ ଦାସ, କୈବର୍ତ୍ତ ପଧାନ, ରଂଜିତ ପଟେଲ, ଜିତୁ ସାହୁ, ସୁରେନ୍ଦ୍ର ପଟେଲ, ଗୌର ବେହେରା, ପ୍ରଶାନ୍ତ ବାଗ, ପ୍ରଶାନ୍ତ ପଟେଲ, ପ୍ରଦୀପ ଗୁରୁ, ଅନ୍ତର୍ଯ୍ୟାମୀ ପଟେଲ, ପ୍ରଦେଶୀ ପୁଟେଲ, ସୁଶୀଲ ପଟେଲ ପ୍ରମୁଖ ଉପସ୍ଥିତ ରହି ଦାବୀ କରିଛନ୍ତି l
De