-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||     

HOME   ରାଜ୍ୟ

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ ସମ ଆଲଟିମେଟ ମେଡିକାୟରରେ ସଫଳ ଚିକିତ୍ସା

02-Jun-2021



ଭୁବନେଶ୍ୱର,(ଶୁଭାଶିଷ ନାୟକ): ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ଜଣେ 44ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସମମରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି |
ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | 10 ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ | ସେ ମଧୁମେହ ରୋଗୀ ଥିବା ସହ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା କାରଣରୁ ତାଙ୍କ ଷ୍ଟେରଏଡ଼ ଦେଇ ଚିକିତ୍ସା କରାଯାଇଥିଲା |
ତେବେ କୋଭିଡ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର 5 ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା |
ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ ଆଲଟିମେଟ ରେ ଭର୍ତି କରାଯାଇଥିଲା |ହସ୍ପିଟାଲର ଇଏନଟି ଓ ସ୍କଲ ବେସ ସର୍ଜରୀ ମୁଖ୍ୟ ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ ତୁରନ୍ତ ତାଙ୍କର ନସାଲ ଏନ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ ଓ କଲଚର ଲାଗି ପଠାଇଥିଲେ |
ପରୀକ୍ଷାରୁ ସେ ମୁକୋରମାଇକୋସୀସ ଅର୍ଥାତ ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଡାକ୍ତର ସାହୁ ତୁରନ୍ତ ହସ୍ପିଟାଲରେ ଆଡ଼ମିସନ କରାଇଥିଲେ |
ଏହି ରୋଗର ଚିକିତ୍ସା ନିମନ୍ତେ ଲାଇପୋଜୋମାଲ ଅମ୍ଫୋଟେରିସିନ ଔଷଧ ମାର୍କେଟରେ ଉପଲବ୍ଧ ନ ଥିବାରୁ ରୋଗୀ ଜଣଙ୍କୁ କନଭେନସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ ର ଯୋଜନା କରାଯାଇଥିଲା ବୋଲି ଡ଼ା ସାହୁ କହିଛନ୍ତି |ଏହି ରୋଗ ସମ୍ପୃକ୍ତ ରୋଗୀର ନାସାର ରନ୍ଧ୍ର, ପାଟିର ହାଡ, ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟ ରେ ସମସ୍ୟା ଦେଖା ଦେବା ଯୋଗୁଁ ଆରବୀଟାଲ ଡ଼ିକମ୍ପ୍ରେସନ ସହିତ ଏଣ୍ଡୋସ୍କୋପିକ ଡେବ୍ରିମେଣ୍ଟ କରାଯାଇ ବ୍ଲାକ ଫଙ୍ଗସ ବ୍ୟାପିଥିବା ମୁହଁର କୌଣସି ସ୍ଥାନକୁ କଟା ନ ଯାଇ ବାହାର କରାଯାଇଥିଲା ବୋଲି ଡ଼ଃ ସାହୁ କହିଛନ୍ତି |
ଏହାଦ୍ୱାରା ରୋଗୀ ଜଣକ ଠିକ ଭାବେ ଦେଖିବାରେ ସକ୍ଷମ ହୋଇଥିଲା, ଏବଂ ନିୟମିତ ଆଣ୍ଟି ଫଙ୍ଗଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା |
କୋଭିଡ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବ୍ଲାକ ଫଙ୍ଗସ ରୋଗ ଦେଖାଦେଉଥିବା ବେଳେ ଏ ଜନିତ ମୃତ୍ୟୁ ହାର ମଧ୍ୟ ଖୁବ ଅଧିକ, ପ୍ରାୟ 50 ପ୍ରତିଶତ | ତେବେ ଠିକ ସମୟରେ ଚି଼ହ୍ନଟ ଓ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚାଇହେବ ବୋଲି ଡାକ୍ତର ସାହୁ କହିଛନ୍ତି |ସମ ଆଲଟିମେଟ ରେ 5 ଜଣ ଏଭଳି ରୋଗୀଙ୍କର ସଫଳ ଚିକିତ୍ସା ହୋଇ ସରିଥିବା ବେଳେ 2 ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତର୍ଜମା କରାଯାଉଥିବା ସେ କହିଛନ୍ତି |
ନାକ ଫୁଲିଯିବା, ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ବାହାରିବା କଳା ରକ୍ତ ନାକରୁ ବାହାରିବା ସହିତ ନାକ, ମୁହଁ ଓ ଆଖିରେ ଯନ୍ତ୍ରଣା ହେବା, ଆଖିକୁ ଠିକ ଭାବେ ନ ଦିଶିବା, ମୁହଁ ବଙ୍କା ହେବା ଓ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ବ୍ଲାକ ଫାଙ୍ଗସ ରୋଗୀଙ୍କ କ୍ଷେତ୍ରରେ ଦେଖା ଦେଇଥାଏ |
ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସା ଓ ଅପରେସନ ନିମନ୍ତେ ସମ ଆଲଟିମେଟ ଡାକ୍ତରଙ୍କୁ ନେଇ ଗଠିତ ଏକ ବିଷେଶଜ୍ଞ ଟିମରେ ଡାକ୍ତର ରାଧାମାଧବ ସାହୁଙ୍କ ସମେତ ନିଉରୋଲୋଜି ମେଡ଼ିସିନ ବିଭାଗର କନ୍ସଲଟାଣ୍ଟ ଡାକ୍ତର ଅଖିଳ କୁମାର ପଣ୍ଡା, ଅପଥାଲମୋଲୋଜି ବିଭାଗର ଡକ୍ଟର ସ୍ଵାତି ସାମନ୍ତ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ଡାକ୍ତର ଅଭୟ କୁମାର ସାହୁ,ମାଇକ୍ରୋଲୋଜି ବିଭାଗର ଡାକ୍ତର ପୁରବୀ ବରାଳ, ପାଥୋଲୋଜି ବିଭାଗର ଡାକ୍ତର ସୁବାସିସ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡାକ୍ତର ଗୋଲକ ପାସା ଓ ଅନେସ୍ଥେସିଓଲୋଜି ବିଭାଗର ଡାକ୍ତର ଦୀପଙ୍କର ପଢ଼ିଆରୀ ପ୍ରମୁଖ ସାମିଲ ଥିଲେ |
ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବ ଭାରତର ସବୁଠାରୁ ଉତ୍କୃଷ୍ଟ ଓ ସ୍ୱାସ୍ଥ୍ୟ ଉପଯୋଗୀ ହସ୍ପିଟାଲ ଭାବେ ଉଭା ହୋଇଥିବା ସମ ଆଲଟିମେଟ ମେଡିକେୟାର ହିଁ ପ୍ରଥମ ହସ୍ପିଟାଲ ଯେଉଁଠାରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚି଼ହ୍ନଟ ହୋଇଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026

You Might Also Like