-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ ସମ ଆଲଟିମେଟ ମେଡିକାୟରରେ ସଫଳ ଚିକିତ୍ସା

02-Jun-2021



ଭୁବନେଶ୍ୱର,(ଶୁଭାଶିଷ ନାୟକ): ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ଜଣେ 44ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସମମରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି |
ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | 10 ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ | ସେ ମଧୁମେହ ରୋଗୀ ଥିବା ସହ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିବା କାରଣରୁ ତାଙ୍କ ଷ୍ଟେରଏଡ଼ ଦେଇ ଚିକିତ୍ସା କରାଯାଇଥିଲା |
ତେବେ କୋଭିଡ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର 5 ଦିନ ପରେ ତାଙ୍କ ବାମ ପାର୍ଶ୍ୱ ମୁହଁ ଫୁଲିଯିବା ସହ ଆଖିରେ ପାଣି ଜମି ଫୁଲିଯାଇଥିଲା |
ସମ୍ପୃକ୍ତ ରୋଗୀଙ୍କୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତୁରନ୍ତ ସମ ଆଲଟିମେଟ ରେ ଭର୍ତି କରାଯାଇଥିଲା |ହସ୍ପିଟାଲର ଇଏନଟି ଓ ସ୍କଲ ବେସ ସର୍ଜରୀ ମୁଖ୍ୟ ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ ତୁରନ୍ତ ତାଙ୍କର ନସାଲ ଏନ୍ଡୋସ୍କୋପି କରିବା ସହ ଏହାର ସାମ୍ପଲକୁ ଫଙ୍ଗଲ ଷ୍ଟ୍ରେନ ଓ କଲଚର ଲାଗି ପଠାଇଥିଲେ |
ପରୀକ୍ଷାରୁ ସେ ମୁକୋରମାଇକୋସୀସ ଅର୍ଥାତ ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କୁ ଡାକ୍ତର ସାହୁ ତୁରନ୍ତ ହସ୍ପିଟାଲରେ ଆଡ଼ମିସନ କରାଇଥିଲେ |
ଏହି ରୋଗର ଚିକିତ୍ସା ନିମନ୍ତେ ଲାଇପୋଜୋମାଲ ଅମ୍ଫୋଟେରିସିନ ଔଷଧ ମାର୍କେଟରେ ଉପଲବ୍ଧ ନ ଥିବାରୁ ରୋଗୀ ଜଣଙ୍କୁ କନଭେନସନାଲ ଅମ୍ଫୋଟେରିସିନ ଵି ଦିଆଯାଇ ଅପେରସନ ର ଯୋଜନା କରାଯାଇଥିଲା ବୋଲି ଡ଼ା ସାହୁ କହିଛନ୍ତି |ଏହି ରୋଗ ସମ୍ପୃକ୍ତ ରୋଗୀର ନାସାର ରନ୍ଧ୍ର, ପାଟିର ହାଡ, ଏବଂ ଇନ୍ଫ୍ରାଟେମ୍ପରାଲ ଫୋସା ଏବଂ ଆର୍ବିଟ ରେ ସମସ୍ୟା ଦେଖା ଦେବା ଯୋଗୁଁ ଆରବୀଟାଲ ଡ଼ିକମ୍ପ୍ରେସନ ସହିତ ଏଣ୍ଡୋସ୍କୋପିକ ଡେବ୍ରିମେଣ୍ଟ କରାଯାଇ ବ୍ଲାକ ଫଙ୍ଗସ ବ୍ୟାପିଥିବା ମୁହଁର କୌଣସି ସ୍ଥାନକୁ କଟା ନ ଯାଇ ବାହାର କରାଯାଇଥିଲା ବୋଲି ଡ଼ଃ ସାହୁ କହିଛନ୍ତି |
ଏହାଦ୍ୱାରା ରୋଗୀ ଜଣକ ଠିକ ଭାବେ ଦେଖିବାରେ ସକ୍ଷମ ହୋଇଥିଲା, ଏବଂ ନିୟମିତ ଆଣ୍ଟି ଫଙ୍ଗଲ ଥେରାପି ଓ ଏନ୍ଡୋସ୍କୋପିକ ପରୀକ୍ଷା ଦ୍ୱାରା ସେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା |
କୋଭିଡ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବ୍ଲାକ ଫଙ୍ଗସ ରୋଗ ଦେଖାଦେଉଥିବା ବେଳେ ଏ ଜନିତ ମୃତ୍ୟୁ ହାର ମଧ୍ୟ ଖୁବ ଅଧିକ, ପ୍ରାୟ 50 ପ୍ରତିଶତ | ତେବେ ଠିକ ସମୟରେ ଚି଼ହ୍ନଟ ଓ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ବଞ୍ଚାଇହେବ ବୋଲି ଡାକ୍ତର ସାହୁ କହିଛନ୍ତି |ସମ ଆଲଟିମେଟ ରେ 5 ଜଣ ଏଭଳି ରୋଗୀଙ୍କର ସଫଳ ଚିକିତ୍ସା ହୋଇ ସରିଥିବା ବେଳେ 2 ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତର୍ଜମା କରାଯାଉଥିବା ସେ କହିଛନ୍ତି |
ନାକ ଫୁଲିଯିବା, ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ବାହାରିବା କଳା ରକ୍ତ ନାକରୁ ବାହାରିବା ସହିତ ନାକ, ମୁହଁ ଓ ଆଖିରେ ଯନ୍ତ୍ରଣା ହେବା, ଆଖିକୁ ଠିକ ଭାବେ ନ ଦିଶିବା, ମୁହଁ ବଙ୍କା ହେବା ଓ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ବ୍ଲାକ ଫାଙ୍ଗସ ରୋଗୀଙ୍କ କ୍ଷେତ୍ରରେ ଦେଖା ଦେଇଥାଏ |
ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସା ଓ ଅପରେସନ ନିମନ୍ତେ ସମ ଆଲଟିମେଟ ଡାକ୍ତରଙ୍କୁ ନେଇ ଗଠିତ ଏକ ବିଷେଶଜ୍ଞ ଟିମରେ ଡାକ୍ତର ରାଧାମାଧବ ସାହୁଙ୍କ ସମେତ ନିଉରୋଲୋଜି ମେଡ଼ିସିନ ବିଭାଗର କନ୍ସଲଟାଣ୍ଟ ଡାକ୍ତର ଅଖିଳ କୁମାର ପଣ୍ଡା, ଅପଥାଲମୋଲୋଜି ବିଭାଗର ଡକ୍ଟର ସ୍ଵାତି ସାମନ୍ତ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ଡାକ୍ତର ଅଭୟ କୁମାର ସାହୁ,ମାଇକ୍ରୋଲୋଜି ବିଭାଗର ଡାକ୍ତର ପୁରବୀ ବରାଳ, ପାଥୋଲୋଜି ବିଭାଗର ଡାକ୍ତର ସୁବାସିସ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡାକ୍ତର ଗୋଲକ ପାସା ଓ ଅନେସ୍ଥେସିଓଲୋଜି ବିଭାଗର ଡାକ୍ତର ଦୀପଙ୍କର ପଢ଼ିଆରୀ ପ୍ରମୁଖ ସାମିଲ ଥିଲେ |
ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବ ଭାରତର ସବୁଠାରୁ ଉତ୍କୃଷ୍ଟ ଓ ସ୍ୱାସ୍ଥ୍ୟ ଉପଯୋଗୀ ହସ୍ପିଟାଲ ଭାବେ ଉଭା ହୋଇଥିବା ସମ ଆଲଟିମେଟ ମେଡିକେୟାର ହିଁ ପ୍ରଥମ ହସ୍ପିଟାଲ ଯେଉଁଠାରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚି଼ହ୍ନଟ ହୋଇଛି |


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like