-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
କରୋନା ଟିକାକୁ ନେଇ ଆଶ୍ୱସ୍ତିର ଖବର। କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ!!*ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ କରିଥିଲା। କମ୍ପାନୀ ଦେଶର ୧୦ଟି ରାଜ୍ୟର ୧୯ଟି ସ୍ଥାନ ଯଥା ଦିଲ୍ଲୀ, ମୁମ୍ବାଇ, ପାଟ୍ନା, ଲକ୍ଷ୍ନୌ ଆଦି ସ୍ଥାନରେ ପରୀକ୍ଷା କରାଯିବ। ୧୮ ବର୍ଷରୁ ଅଧିକ ୨୮ ହଜାର ୫୦୦ ବ୍ୟକ୍ତିଙ୍କଠାରେ ଏହି ଟୀକାର ପରୀକ୍ଷଣ କରିବ ବୋଲି ଆବେଦନରେ ଦର୍ଶାଇଛି!!*ଭାରତ ବାୟୋଟେକ୍ ପକ୍ଷରୁ ଗତମାସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି, ପଶୁମାନଙ୍କ ଦେହରେ ଏହି ଭାକ୍ସିନର ପରୀକ୍ଷଣ କରାଯାଇଥିଲା । ଅତିମାତ୍ରାରେ କରୋନା ଭାଇରସ ଦ୍ୱାରା ସଂକ୍ରମିତଙ୍କ ଇମ୍ୟୁନ୍ ବୃଦ୍ଧିରେ ଏହା ସାହାଯ୍ୟ କରୁଥିବା ପରୀକ୍ଷଣରୁ ଜଣାପଡ଼ିଛି। ସୂଚନାଥାଉ କି, କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିବା ବେଳେ ଭାରତରେ କାଡିଲା ଜାଇଡସ୍ ପ୍ରସ୍ତୁତ କରୁଥିବା ଟୀକା ଦ୍ୱତୀୟ ପଯର୍ୟାୟ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଆଷ୍ଟ୍ରାଜେନେକା ଟୀକା ଦ୍ୱୀତିୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅବସ୍ଥାରେ ରହିଛି!!*