-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ପାରାଦୀପ: ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲ୍ବାହୀ ଜାହାଜରୁ ଖସି ପଡ଼ିବା ଯୋଗୁ ୩ ଜଣ ବାଂଲାଦେଶୀ ନାବିକ ଆହତ ହୋଇଛନ୍ତି। ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ି ଏହି ୩ ଜଣ ନାବିକ ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ପାରାଦୀପ ବନ୍ଦର ମେରାଇନ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି!! ଜାହାଜର ମେଣ୍ଟେନାନ୍ସ କାମ କରିବା ବେଳେ ଏହି ୩ ନାବିକ ଏକ ରେସ୍କ୍ୟୁ ବୋଟ୍ ସହ ସମୁଦ୍ର ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ପାରାଦୀପ ପୋର୍ଟ ହାର୍ବର ମାଷ୍ଟରଙ୍କ ନେତୃତ୍ୱରେ ଗୋଟିଏ ପାଟ୍ରୋଲିଂ କ୍ରାଫ୍ଟ ଏବଂ ଗୋଟିଏ ଟଗ୍ ବୋଟ୍ ନେଇ ମେରାଇନ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ଲଘୁଚାପ ଜନିତ ପ୍ରତିକୂଳ ପାଗ ସତ୍ତ୍ୱେ ପାରାଦୀପ ପୋର୍ଟ ମେରାଇନ କର୍ମଚାରୀଙ୍କ ଦୁଃସାହସିକ ପଦକ୍ଷେପ ଯୋଗୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି!!*