-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରି ପାରନ୍ତି ବୋଲି ଜାଣିବା ପରେ ୨୦୨୧ ‘ସିବିଏସ୍ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଇବା ନିମନ୍ତେ ଦାଖଲ ହୋଇଥିବା ଆବେଦନର ଶୁଣାଣିକୁ ଆଜି ସୁପ୍ରିମ୍ କୋର୍ଟ ବାତିଲ କରିଛନ୍ତି। ତଥାପି ମେ ୩୧ ତାରିଖ ଦିନ ଉକ୍ତ ଆବେଦନର ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଦେଶବ୍ୟାପୀ ଦ୍ରୁତ ବେଗରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେବା ପାଇଁ ଦାଖଲ ହୋଇଥିବା ଆବେଦନର ମେ ୩୧ ତାରିଖ ଦିନ ଶୁଣାଣି କରିବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଚାରପତି ଏ. ଏମ୍. ଖାନୱିଲ୍କର୍ ଏବଂ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଏହି ଆବେଦନ ଶୁଣାଣି ପାଇଁ ଆସିଥିଲା।
‘ସିବିଏସ୍ଇ’ ତରୁଫରୁ ଆସିଥିବା ଓକିଲ ଓ କେନ୍ଦ୍ର ସରକାରଙ୍କୁ ଏହି ଆବେଦନର ନକଲ ଦିଆଯାଇଛି କି, ନାହିଁ, ଖଣ୍ଡପୀଠ ଅଦାଲତ କାର୍ଯ୍ୟ ଆରମ୍ଭ ସମୟରେ ଆବେଦନକାରିଣୀ ମମତା ଶର୍ମାଙ୍କୁ ପଚାରିଥିଲେ।
ସେମାନଙ୍କୁ ପିଟିସନ୍ର ନକଲ ଦିଆଯିବ ବୋଲି ଆବେଦନକାରିଣୀ କହିବାରୁ ଖଣ୍ଡପୀଠ କହିଲେ, ଆପଣ ପିଟିସନ୍ର ନକଲ ସେମାନଙ୍କୁ ଦିଅନ୍ତୁ। ଆମେ ସୋମବାର ଦିନ ଶୁଣାଣି କରିବୁ।
ଭିଡିଓ କନ୍ଫରେନ୍ସିଙ୍ଗ୍ରେ ହୋଇଥିବା ଏହି ଶୁଣାଣିରେ ବିଚାରପତି ମାହେଶ୍ବରୀ ଜାଣିବାକୁ ପାଇଥିଲେ ଯେ, ପରୀକ୍ଷା ବାତିଲ ସଂକ୍ରାନ୍ତରେ ‘ସିବିଏସ୍ଇ’ ଜୁନ୍ ୧ ତାରିଖ ଦିନ ନିଷ୍ପତ୍ତି ନେଇପାରେ।