-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
କଣ୍ଟାମାଳ (ଅକୃର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତ ବାଞ୍ଜି ମୁଣ୍ଡା ଗ୍ରାମ ତଳି ପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ପରିବାରର ଅନୁମତି ଓ ସାମାଜିକ ସ୍ବୀକୃତି ନ ମିଳିବା ଫଳରେ ବିବାହରେ ବିଫଳ ହୋଇ ସେହି ଗ୍ରାମର ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତି ନେଇଥିଲେ | ଉଭୟ ମିଳିତ ଭାବେ କୌଣସି ଧାରୁଆ ଅସ୍ତ୍ରରେ ନିଜର ବେକ ଓ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ | ଉଭୟଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାକୁ ପରିବାର ଲୋକ ଆଣିଥିଲେ l ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଉଭୟ ପ୍ରେମୀ ଯୁଗଳ ଗୋଟିଏ ପରିବାରର ଓ ସଂପର୍କୀୟ ହୋଇଥିବା ହେତୁ ପରିବାର ଲୋକେ ବିବାହକୁ ବାରଣ କରିଥିଲେ l ସେଥିପାଇଁ ଉଭୟ ମିଶି ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି |