-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) :ସାରା ବିଶ୍ୱ ବର୍ତ୍ତମାନ କରୋନା ଯୋଗୁଁ ତାଲା ବନ୍ଦରେ ଥିବାବେଳେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି।ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଖଇରାସ୍ଥିତ ଭରସା ଅନାଥ ଆଶ୍ରମରେ କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀ ଦାଶ କରୋନା କାଳରେ କିପରି ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ଓ ସର୍ବୋପରି ହାତ ଧୋଇଵା ଉପରେ ଅନ୍ତେବାସିନୀଙ୍କୁ ଅବଗତ କରେଇଥିଲେ।ତାପରେ ସେମାନଙ୍କୁ ମାସ୍କ, ସାବୁନ, ବିସ୍କୁଟ, ପାଉରୁଟି, ଚକୋଲେଟ,ଫଳ ଓ ପ୍ରସାଧନ ସାମଗ୍ରୀ ଦିଆଯାଇଥିଲା।ଏଥିପାଇଁ ଶ୍ରୀ ବୈକୁଣ୍ଠ ନାଥ ଦାଶ, ଶଶିଧର ନିଆଲ,ସାଧନା ଦାସ,ସବିତା ଭୋଇ ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଥିଲେ।ପରିଶେଷରେ ଶ୍ରୀ ଦାଶ ବିଭିନ୍ନ ସ୍ଥାନରେ ଥିବା ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମକୁ ଏଭଳି ପରିସ୍ଥିତିରେ ସାହାଯ୍ୟ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।