-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
ସଇଁତଳା(ପ୍ରେରଣା ଖବର): ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆ (୫୨ ବର୍ଷ) ବିୟୋଗରେ ବିଦ୍ୟାଳୟ ତରଫରୁ ୱେବିନାର ମାଧ୍ୟମରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେରଙ୍କର ସଂଯୋଜନାରେ ଆତ୍ମାର ସଦଗତି ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନ୍ସେଲର ରାମ ନାରାୟଣ ଦାଶ, ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ, ବ୍ରଜମୋହନ ମାଝି, ଆଦିତ୍ୟ ରଣା, ଶିକ୍ଷୟତ୍ରୀ ରେଣୁକା ସାହୁ, ଭାରତୀ ପ୍ରଧାନ, ଗାୟତ୍ରୀ ବାରିକ, ସ୍ୱାଗତିକା ଦାଶ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଯଶୋବନ୍ତି ସୁନା ପ୍ରଭୃତି ନିରବ ପ୍ରାର୍ଥନାରେ ଯୋଗଦାନ କରିଥିଲେ । ଶିକ୍ଷକ ଲିଙ୍ଗରାଜ ନନ୍ଦ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ତରିଆ ୧୯୯୬ ମସିହାରେ ତୁରେକେଲା ବ୍ଲକ ଅନ୍ତର୍ଗତ ବରିଆଳୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ବୃତ୍ତି ଆପଣେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ମେଳାପି ତଥା ଆଦର୍ଶ ଶିକ୍ଷକ ଥିଲେ । ସାହିତ୍ୟରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ପରଲୋକ ଶିକ୍ଷକ ତରିଆ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମର ଅଧିବାସୀ ଥିଲେ । ଅସୁସ୍ଥତା କାରଣରୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୭ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ।