-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
ମୁରିବାହାଲ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ରମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତର ଜଣେ ୧୪ ବର୍ଷୀୟା ନାବାଳିକାକୁ ଟିଟିଲାଗଡ ଡ଼ାକ୍ତରଖାନାରେ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଗର୍ଭବତୀ ହେବା ଖବର ଏକଦା ଚହଳ ସୃଷ୍ଟି କରି ଥିଲା । ସୂଚନାଯୋଗ୍ୟ ଯେ ଉକ୍ତ ନାବାଳିକାର ତାର ମା ସହ ନିଜ ୧୧ ବର୍ଷୀୟ ଛୋଟ ଭିନ୍ନକ୍ଷମ ଭାଇ କୁ ଟିଟିଲାଗଡ ଡ଼ାକ୍ତରଖାନାରେ ରକ୍ତହୀନତା ଯୋଗୁଁ ଭର୍ତ୍ତି କରେଇ ଚିକିତ୍ସା କରେଇ ଆସୁଥିବା ବେଳେ ଆହାର କେନ୍ଦ୍ରର ଜଣେ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରିଆସୁଥିଲା l ଗର୍ଭବତୀ ହେବା ଜାଣି ମଧ୍ୟ ଉକ୍ତ ଅଭିଯୁକ୍ତ ନାବାଳିକାର ଗର୍ଭ ନଷ୍ଟ ପାଇଁ ରାଜି ନ ହେବାରୁ ଓ ପଲଟା ଧମକଚମକ ଦେବା ଯୋଗୁଁ ବାଧ୍ୟ ହୋଇ ପୋଲିସ ର ଆଶ୍ରୟ
ନେଇଥିଲେ ନାବାଳିକାର ପରିବାର । ବର୍ତ୍ତମାନ ଅଭିଯୁକ୍ତ ଜେଲରେ ଥିବା ବେଳେ ଉକ୍ତ ଆସନ୍ନ ପ୍ରସବl ନାବାଳିକାର ଅବସ୍ଥା ଗୁରୁତର ଥିବା ଯୋଗୁଁ ଟିଟିଲାଗଡ ଡାକ୍ତରଖାନା ରୁ ବଲାଙ୍ଗୀର କୁ ଡ଼ାକ୍ତର ସ୍ଥାନାନ୍ତର କରିଥିଲେ l ସୋମବାର ଦିନ ଅସ୍ତ୍ରୋପଚାର କରି ଏକ କନ୍ୟା ସନ୍ତାନ ପ୍ରସବ କରାଯାଇଛି । ଦୁଃଖର ବିଷୟ, ଉକ୍ତ ନାବାଳିକାକୁ ତାଙ୍କ ସମାଜ ଶିଶୁ ସହ ଗ୍ରାମରେ ପସେଇ ନ ଦେବା ଓ ଅବିବାହିତା ହୋଇଥିବା ଯୋଗୁଁ ଉକ୍ତ ନାବାଳିକା ଓ ତା ର ମାଆ ଶିଶୁ କୁ କେହିନେଲେ ତାକୁ ଦେଇଦେବା ପ୍ରକାଶ କରିଛନ୍ତି । ତାଙ୍କ ର ମାଆ ସହ ଅନ୍ୟ କେହି ସାହା ଭରସା ନ ଥିବା ବେଳେ କନ୍ୟା ସନ୍ତାନକୁ ପାଳିବ କେମିତି ଏ ନେଇ
ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏପରି ଏକ ସମ୍ବେଦନଶୀଳ ବିଷୟ ନେଇ ଉପଯୁକ୍ତ ପଦକ୍ଷେପ ନେବା ସହ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ ଦାବୀ ହେଉଛି ।