-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ବରଗଡ଼ (ମୁକୁନ୍ଦ ଦାସ ):ଅଗ୍ରୱାଲ ମହାସଭା ବରଗଡ଼ ଆନୁକୂଲ୍ୟରେ ବରଗଡ଼ ସହରରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଓ ବିଜେପି ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉକ୍ତ ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ କରିଥିଲେ।
ଏଥି ସହିତ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅଗ୍ରୱାଲ ମହାସଭାର ମୁଖ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ, ବରଗଡ଼ ବ୍ଲକ ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପରୀକ୍ଷିତ ଛତର , ଯୁବନେତା କିଶୋର ଅଗ୍ରୱାଲ , ଅଗ୍ରୱାଲ ମହାସଭା ର ଚନ୍ଦ୍ରଶେଖର ଅଗ୍ରୱାଲ, ପୁରୁଷୋତ୍ତମ ଲିଖମାନିଆ, ନବୀନ ବେନିଵାଲ, ଅରୁଣ ଅଗ୍ରୱାଲ, ନରେଶ ରେଖାନୀ, ନରେଶ ଅଗ୍ରୱାଲ, ସୁଭାଷ ହେତମପୁରିଆ, କଂହେଇଆ ବଂସଲ, ଭରତ ଅଗ୍ରୱାଲ, ମୋହିତ ଅଗ୍ରୱାଲ, ମନୋଜ ଅଗ୍ରୱାଲ, କମଳ ଝାବର, ଅଜୟ ଅଗ୍ରୱାଲ, ଦୁର୍ଗା ଶର୍ମା, ହେମରାଜ ଅଗ୍ରୱାଲ, ଦୀପକ ଜେନ , ମଧୁ ଜେନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅକ୍ସୀଜେନ ବ୍ୟାଙ୍କ କୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦ୍ୱାରା ଆଜି ୩୦ ଟି ଅକ୍ସିଜେନ ସିଲିଣ୍ଡର ଦିଆ ଯାଇଛି ଯଦ୍ୱାରା ଯେଉଁ କୋରୋନା ରୋଗୀ ମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ତୁରନ୍ତ ଅକ୍ସୀଜେନର ଆବଶ୍ୟକତା ପଡିଲେ ନିଶ୍ଚିନ୍ତରେ ପହଞ୍ଚାଇ ଦିଆଯାଇ ପାରିବ ଅକ୍ସୀଜେନ ଏବଂ ବରଗଡ଼ ଜିଲ୍ଲାରେ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କୁ ବରଗଡ଼ ସାଂସଦ ଙ୍କ ଦ୍ଵାରା ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯିବ ଯାହା ଦ୍ୱାରା ଘରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀ ମାନଙ୍କୁ ଦରକାର ପଡ଼ିଲେ ଅକ୍ସିଜେନ ଦିଆଯାଇ ପାରିବ ।