-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ରାଜଧାନୀରେ ସାଇବର ଠକମାନେ ଭିନ୍ନ ଭିନ୍ନ ତରିକା ଆପଣାଇ ଲକ୍ଷଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ସାଇବର ଅପରାଧ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସାଇବର ହେଲ୍ପ ଡେସ୍କ ଖୋଲାଯାଇ ଅଭିଯୋଗ ଗ୍ରହଣ କରାଯାଉଥିବା ବେଳେ ପ୍ରତିଦିନ ଠକେଇର ଶିକାର ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି । ତେବେ ଏପରିସ୍ଥଳେ ଲକ୍ଷ୍ମସାଗର ଥାନା ଅଞ୍ଚ ଳର ଚିନ୍ମୟୀ ଜେନା ନାମ୍ନୀ ଜଣେ ଯୁବତୀ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବଡ ଧରଣର ସାଇବର ଠକେଇରୁ ବ ିର୍ ଯାଇଛନ୍ତି । ଯେଉଁ ସାଇବର ଠକ ତାଙ୍କୁ ଜାଲରେ ପକାଇବାକୁ ଚେଷ୍ଠା କରୁଥିଲେ ତାଙ୍କ ବିରୁଦ୍ଧରେ ସେ ବୁଧବାର ସାଇବର ଥାନାରେ ଅଭଯୋଗ କରିଛନ୍ତି ।
ଚିନ୍ମୟୀଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ସେ ଆମାଜନର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଆମାଜନ ସାଇଟରୁ ଅଧିକ ଜିନିଷ ପତ୍ର କିଣୁଥିବାରୁ ଆମାଜନ ପକ୍ଷରୁ ତାଙ୍କ ନାମରେ ଏକ ଅଫର ଅଛି ବୋଲି କହିଥିଲେ । ଯିଦି ସେ ଏକ ଅଧିକ ମୂଲ୍ୟର ଜିନିଷ କିଣିବାକୁ ଚାହାନ୍ତି ତେବେ କେବଳ ୫ ହଜାର ଟଙ୍କାର ସପିଂ କଲେ ଗିଫ୍ଟ ଆକାରରେ ଟିଭି,ଫ୍ରିଜ୍, ଲାପଟପ୍ ମିଳିବ ବୋଲି କହିଥିଲେ । ଏନେଇ ଠକ ଏକ ବ୍ୟାଙ୍କ ନମ୍ବର ଦେଇ ସେଥିରେ ୫ ହଜାର ଟଙ୍କା ପଠାଇବାକୁ କହିଥିଲେ । ଏଥିସହିତ ତାଙ୍କୁ ଏକ କୋଡ ଦେଇଥିଲେ ଯେଉଁ କୋର୍ଡ ଫିଲପ କରିବା ପରେ ଏହି ଅଫର ଲାଗୁ ହେବ ବୋଲି କହିଥିଲେ ।
ଏପରିକି ସାଇବଣ ଠକ ଜଣଙ୍କ ଟଙ୍କା ନେବା ପାଇଁ ତାଙ୍କ ସହ ଘଣ୍ଟାଏରୁ ଅଧିକ ସମୟ କଥା ହୋଇଥିଲେ । ଚିନ୍ମୟୀଙ୍କ ସନେ୍ଦହ ହେବାରୁ ସେ କଥା ହେବା ସହ ଆମାଜନ ସାଇଟ ଖୋଲି ଦେଖିଥିଲେ ମଧ୍ୟ ସେଭଳି କିଛି ଅଫର ନ ଥିବା ଜାଣିବାକୁ ପାଇଥିଲେ । ପରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ବାରମ୍ବାର ଉକ୍ତ ଏକାଉଣ୍ଟ ନମ୍ବରରେ ଟଙ୍କା ଜମା କଲେ ଗିଫ୍ଟ ପାଇବେ ବୋଲି କହିଥିଲେ ମଧ୍ୟ ସେ ଟଙ୍କା ପଠାଇଥିଲେ । ଏହା ଏକ ସାଇବର ଠକର ଚାଲ ଥିଲା ବୋଲି ଜାଣିପାରି ସେ ସାଇବର ସେଲରେ ଅଭିଯୋଗ କରିଛନ୍ତି ।