-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ସମ୍ବଲପୁର(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଅଶ୍ୱିନୀ କୋଭିଡ ହସପିଟାଲକୁ ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଓ ପ୍ରବକ୍ତା ଡା.ରାସେଶ୍ୱରୀ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି I ସେ ଆଜି ଦିନ ୧୧ଟା ବେଳେ ଏହି କୋଭିଡ ହସପିଟାଲରେ ପହଂଚି ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ଜାରି ହୋଇଥିବା ନିର୍ଦେଶ ଅନୁଯାୟୀ କୋଭିଡ ହେଲ୍ପଡେସ୍କ , ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପରିଜନଙ୍କୁ ସୂଚନା ପ୍ରଦାନ ସହ ଯୋଗାଯୋଗ ବ୍ୟବସ୍ଥାର କିଭଳି ପରିଚାଳନା ହେଉଛି ତାହାର ତଦାରଖ କରିଥିଲେ I ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ବ୍ରଜ କିଶୋର ସାହୁ ,ଡାକ୍ତର ଅଲେଖ ମହାପାତ୍ର, ଚିକିତ୍ସା ଦାୟିତ୍ୱରେ ଥିବା ଅଶ୍ୱିନୀ ହସପିଟାଲର ଡାକ୍ତର ଗୌରବ ନାୟକ ଏବଂ ପରିଚାଳକ ରିତେଶ ପୁହାନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ I ପରିଦର୍ଶନ ସମୟରେ ପୂର୍ବତନ ବିଧାୟିକାଙ୍କ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସ୍କାନ'ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ଉପସ୍ଥିତ ଥିଲେ I