ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ଯୁବ ସମାଜସେବୀ
20-May-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ନିଜ ଜନ୍ମଦିନରେ ଜଣେ ରକ୍ତଶିକୁଲି ରୋଗରେ ପୀଡିତା ମହିଳାଙ୍କୁ ରକ୍ତଦାନ କରି ଜୀବନ ବଂଚାଇ ମାନବିକତା ଦେଖାଇଛନ୍ତି ଉଲୁଣ୍ଡା ବ୍ଲକ ହିଙ୍ଗମା ଗାଁର ସମାଜସେବୀ । ପ୍ରକାଶ ଯେ ବୌଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଗୁହିରପିଟା ଗାଁର ଅଜାମିଲ ବଗର୍ତୀ ରକ୍ତଶିକୁଲି ରୋଗରେ ଆକ୍ରାନ୍ତ ହୋଇ ସୋନପୁର ଦାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କର ରକ୍ତର ଆବଶ୍ୟକତା ପଡିଥିଲା । ଖବର ପାଇଁ ନିଜ ଜନ୍ମଦିନକୁ ସିମିତ ରଖି ଯୁବ ସମାଜସେବୀ ସୋନପୁର ଯାଇ ରକ୍ତଦାନ କରିଥିଲେ । ସମାଜସେବୀଙ୍କ ଏପରି ଏକ ମହତ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।