-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମଠାରେ ଗୋଚାଲାଣ କରାଯାଉଥିବା ବେଳେ ଲୋଇସିଂହା କେଶରୀୟା ହିନ୍ଦୁ ବାହିନୀ ଏହାକୁ ବିରୋଧ କରିବା ସହ ଗାଈମାନଙ୍କୁ ଉଦ୍ଧାର କରିଛନ୍ତି। ଖଲିଆପାଲି ଗ୍ରାମ ମଦଭାଟି ସାମ୍ନାରେ ପ୍ରାୟ ୭୦ରୁ ୮୦ ଗାଈ ବନ୍ଧା ଥାବା ସୂଚନା ପାଇଥିଲେ। ଦୁଇଟି ଟାଟା ଏସି ଗାଡ଼ିରେ ଗାଈମାନଙ୍କୁ ନେବା ପାଇଁ ଗୋଚାଲାଣକାରୀମାନେ ଉଦ୍ୟମ କରୁଥିଲେ ।
ଏହି ସମୟରେ କେଶରୀୟା ହିନ୍ଦୁ ବାହିନୀ ଲୋଇସିଂହା ସଂଗଠନର ମହାମନ୍ତ୍ରୀ ସୀତାରାମ ପ୍ରଧାନ ଏବଂ ଲୋଇସିଂହା ବ୍ଲକ ଯୁବ ବାହିନୀ ସଭାପତି ସୁମନ୍ତ ବିଶ୍ଵାଳ ଖବର ପାଇ ୧୦ରୁ୧୫ ଜଣ ବ୍ଲକ୍ ସ୍ତରୀୟ କାର୍ୟ୍ୟକର୍ତ୍ତାମାନଙ୍କୁ ନେଇ ସେଠାରେ ପହଞ୍ଚିଥିଲେ । ଗୋ ଚାଲାଣକୁ ବିରୋଧ କରିଥିଲେ । ଏଥିସହ ଗାଈମାନଙ୍କୁ ଉଦ୍ଧାର କରିଥିଲେ ଓ ଗୋଚାଲାଣକାରୀମାନଙ୍କୁ ସେଠାରୁ ବିତାଡିତ କରିଥିଲେ ବୋଲି କୁହାଯାଇଛି ।