-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଏବଂ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ.*ମୋଦି
ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି। ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩,୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ୱିତ ହୋଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ.
ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ଦିଆଯିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍- ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ଚାଷୀ ସହାୟତା ରାଶି ପାଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପରେ ୮ମ କିସ୍ତିରେ ୨୭.୮୩ ଲକ୍ଷ ଚାଷୀ ପାଇଥିଲେ