-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
କଟକ, କଟକ ଜିଲ୍ଲା ସାଲେପୁର ବ୍ଲକ ବୋଦାମୁଣ୍ଡାଇ ଗ୍ରାମ ପିକୋଳ ପଂଚାୟତ ଓ ବାରିଗୋଳ ପଞ୍ଚାୟତ ମଧ୍ୟସ୍ଥଳୀ ସ୍ୱର୍ଗତ ହରିହର ସାହୁଙ୍କ ପତ୍ନୀ ପ୍ରମିଳା ସାହୁ କରୋନାରେ ଦେହାନ୍ତ ହୋଇଛିନ୍ତି। ଓଡିଶାକୁ ଆସିଥିବା କରୋନାର ଦ୍ଵିତୀୟ ଲହରି ଏତେ ଭୟଙ୍କର ଯେ ଲୋକଙ୍କ ଜୀବନ ନେବାକୁ ପଛଉ ନାହିଁ l ପ୍ରମିଳାଙ୍କ ହଠାତ ଦେହ ଖରାପ ହେବାରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ କୋଭିଡି ଟେଷ୍ଟ କରିଥିଲେ l ସେଠାରେ ତାଙ୍କର ରିପୋର୍ଟରେ ପଜେଟିଭ ଆସିଲା ପରେ ଡାକ୍ତର ତାଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ, ପ୍ରମିଳା ଘରେ ରହିବା ସମୟରେ ହଠାତ ସ୍ଵାଶରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ ପରେ ସବକୁ ଦାହ ସଂସ୍କାର ପାଇଁ କେହି ରାଜି ହୋଇନଥିଲେ l ଶେଷରେ ସାଲେପୁର ପ୍ରଶାସନ ଶବକୁ କlନ୍ଧ ଦେଇଥିଲେ l ସାଲେପୁର ତହସିଲଦାର ଦିବ୍ୟଜୋତି ସ୍ମୃତିରଞ୍ଜନ ଦେଓ, ବିଡ଼ିଓ ଦେବରାଜ ସେଠି,ସାଲେପୁର ଆଇଆଇସି ବିଜୟ କୁମାର ବିଶି, ଆସିଷ୍ଟାଣ୍ଟ ଇଞ୍ଜିନିଅର ବିଭୁତି ଭୂଷଣ ନାଏକ,ବାରିଗୋଳ ଏଜିଡି ଅଫିସର ଖିରୋଦ ଚନ୍ଦ୍ର ବାରିକ, ବାରିଗୋଳ ସରପଞ୍ଚ ପ୍ରତିନିଧି ସୁନୀଲ କୁମାର ମହାପାତ୍ର, ପିକୋଳ ସରପଞ୍ଚ ରଞ୍ଜିତ କୁମାର ଦାସ (ଟୁଲୁ) ପ୍ରମୂଖ ଶବକୁ କlନ୍ଧରେ ନେଇ ଶବସଂସ୍କାର କରିଥିଲେ lଏହିଭଳି ଦୁଃଖଦ ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା,ଭାଇସ ଚେୟାରମ୍ୟାନ ରମେଶ କୁମାର ଜେନା,ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାସ ଦୁଃଖ ପ୍ରକାଶ କରିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)