-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) : ଆମର କରୋନା ଯୋଦ୍ଧା ମାନଙ୍କ ଦ୍ବାରା ଭାରତ ବର୍ତ୍ତମାନ କୋଭିତ -୧୯ ବିଶ୍ଵ ମହାମରୀ ବିରୁଦ୍ଧରେ ଏକ ଆତ୍ମା ହୋଇ ସଂଗ୍ରାମ କରୁଛି । ଆମ ଦେଶରେ ଦୁନିଆର ସବୁଠୁ ବଡ ଟୀକାକରଣ ଅଭିଯାନ ଜାରି ରହିଛି । ଭାରତରେ ଟୀକାକରଣ ରଣ ନୀତି ବିଶ୍ବସ୍ତରୀୟ ରହି ଆସିଛି । ଟୀକାକରଣ ଜାନୁୟାରୀ ମାସରେ ଆରମ୍ଭ ହୋଇଥିଲା ଏବଂ ଆମର କୋଭିଡ୍ ଯୋଦ୍ଧାମାନେ ଟୀକାର ପ୍ରଥମ ଡୋଜ୍ ପାଇବେ ବୋଲି ସୁନିଶ୍ଚିତ କରାଯାଇଥିଲା । ଏହା ଆମକୁ ଦ୍ଵିତୀୟ ଲହର ସହ ଲଢିବାରେ ବହୁତ ସାହାଯ୍ୟ କରିଛି । ଅନେକ ପାଶ୍ଚାତ୍ୟ ଦେଶ ସେମାନଙ୍କର ଯୁବ ଜନ ସଂଖ୍ୟା ପାଇଁ ଟୀକାକରଣ ଆରମ୍ଭ କରିନ ଥିବା ବେଳେ ଭାରତ ବର୍ଷରେ ଆରମ୍ଭ ହୋଇ ସାରିଛି । ଭାରତରେ ନିର୍ମିତ କୋଭିଡ୍ ଟିକା କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କର ନୁହେଁ, ଏହା ଦେଶର । ତଥାପି, କଂଗ୍ରେସ ପାର୍ଟି ଠିକ୍ କାର୍ଯ୍ୟ କରିବା ପରିବର୍ତ୍ତେ ଭୁଲ ରାଜନୀତି କରିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତୀ ଅଭିଯୋଗ କରିଛନ୍ତି ।
୨୦୨୦ ମସିହାରେ ମହାମରୀ ଆରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ତ ବିଭାଗ ସହ ସମନ୍ଵୟ ରଖୁ ଅଧିକ ସକ୍ରିୟ ଭାବେ ମହାମାରୀ ବିରୁଦ୍ଧରେ ଲଢ଼େଇ କରି ଆସୁଛନ୍ତି । ପ୍ରାଥମିକତା କ୍ଷେତ୍ର ଗୁଡିକ ହେଲା ଚିକିତ୍ସା କ୍ଷମତା ବୃଦ୍ଧି ଏବଂ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁନିଶ୍ଚିତ କରିବା । ସମସ୍ତ ଅଞ୍ଚଳରେ ଔଷଧ ପହଞ୍ଚାଇବା ଏବଂ କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଚାଲିଛି । ୨୦୨୦ ମସିହାରେ, ଦୀର୍ଘ ୮ ମାସ ପାଇଁ ଭାରତ ସରକାର ୮୦ କୋଟି ଭାରତୀୟଙ୍କୁ ମାଗଣା ରାସନ ପ୍ରଦାନ କରିଥିଲେ । ବର୍ତ୍ତମାନ ୨ ୟ ପର୍ଯ୍ୟାୟ ସଂକ୍ରମଣରେ ମଧ୍ୟ ସେହି ସମାନ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ମହାନ୍ତୀ କହିଛନ୍ତି ।
କରୋନା ଭାଇରସକୁ ପରାସ୍ତ କରିବାକୁ ପ୍ରଧାନ ମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟକରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଅନେକ ବୈଠକରେ ସେ ଅଧ୍ୟକ୍ଷତା ମଧ୍ୟ କରିଛନ୍ତି । ଯାହା ଏକ ଆନ୍ତରିକତା ତଥା ସହମତିଭିତ୍ତିକ ପରିବେଶରେ ଅନୁଷ୍ଠିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଶ୍ରୀ ଏଚଡି ଦେବଗୌଡା ନିଜେ ପ୍ରଧାନମନ୍ତ୍ରୀଙ୍କ କୋଭିତ୍ ମହାମାରୀ ସଂକଟ ସମୟର କାର୍ଯ୍ୟଶୈଳୀକୁ ଭୁରି ଭୁରି ପ୍ରଶଂସା କରିଥିବା କଥାକୁ ଶ୍ରୀ ମହାନ୍ତୀ ସୂଚନା ଦେଇଛନ୍ତି।
ଏହି ପରିପେକ୍ଷୀରେ ଏଭଳି ଦୁଃଖଦ ସମୟରେ ଓଡିଶା ସରକାରଙ୍କର ଆଚରଣ ସମସ୍ତଙ୍କୁ ଚକିତ ଏବଂ ଦୁଃଖୁତ କରିଛି । ଆଜିକା ସମୟରେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଓଡ଼ିଶା ସରକାରଙ୍କୁ ଜଣାନାହିଁ କି, ଗ୍ରାମାଞ୍ଚଳରେ ହଜାର ହଜାର ଲୋକ କରୋନାରେ ପ୍ରପିଡିତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଏହି ସମୟରେ ତାଙ୍କ ଅଙ୍ଗନଓ୍ବାଡି ଏବଂ ଆଶା କର୍ମୀ ମଧ୍ୟ ଘରୁ ବାହାରୁ ନାହାନ୍ତି, ଏହା ଏକ ହାସ୍ୟାସ୍ପଦ ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ଗତବର୍ଷ ଯେତେବେଳେ ଆମର ବୈଜ୍ଞାନିକ, ଡାକ୍ତର ଏବଂ ଉଦ୍ଭାବକମାନେ ଟୀକା ଖୋଜିବା ପାଇଁ ଦିନରାତି ଏକ କରି ପ୍ରୟାସରତ ଥିଲେ, ବିଶେଷ ଭାବେ ଆଞ୍ଚଳିକ ଦଳ ଏବଂ କଂଗ୍ରେସ ଦଲର ନେତାମାନେ ଏହି ପ୍ରୟାସକୁ ପରିହାସ କରିବାକୁ କୌଣସି ସୁଯୋଗ ଛାଡି ନଥିଲେ । ଭାରତରେ ତିଆରି ହୋଇଥିବା ଏକ ଟୀକା ଦେଶ ପାଇଁ ଗର୍ବର ବିଷୟ ହେବା ଉଚିତ୍ । ଏହା ବଦଳରେ ଆଞ୍ଚଳିକ ଦଳର ନେତା ଏବଂ କଂଗ୍ରେସ ନେତାମାନେ ଏହାକୁ ପରିହାସ କରିବା ଏବଂ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଯେଉଁ ଦେଶରେ ନିକଟରେ ଟୀକାକରଣକୁ ନେଇ ଦ୍ବିଧାବୋଧର ପ୍ରାୟ କୌଣସି ଇତିହାସ ନାହିଁ । ଏଭଳି ସଂକଟ ସମୟରେ ଓଡିଶା ସରକାର ଲୋକଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ଏବଂ ମାଗଣା ଟୀକା ଦେବା ପରିବର୍ତ୍ତେ ଲୋକଙ୍କ ମନରେ ବିଭ୍ରାନ୍ତ ଓ ଦ୍ବନ୍ଦ ସୃଷ୍ଟି କରିବାକୁ ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହା କ୍ଷୋଭ ପ୍ରକାଶ କରି କହିଛନ୍ତି ।