-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ସଇଁତଳା (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧିନସ୍ଥ ବଡ଼ମାଲ ଫାଣ୍ଡି ଅଧୀନ ରେ ଥିବା ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କଲା ଅନ୍ୟ ଜଣେ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର ଦେବରାଜ ଭୋଇଙ୍କୁ ଜମି ବିବାଦକୁ ନେଇ ନିଜ ଭାଇ ହତ୍ୟା କରିଥିବା ଜଣାପଡିଛି । ତେବେ ବଡ଼ମାଳ ଗ୍ରାମର ଗୋଟିଏ ପରିବାର ର ଦୁଇ ଭାଇ ମଧ୍ୟରେ ଜମି ବାଡ଼ିକୁ ନେଇ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା । ତେବେ ଟିକେଚନ ଭୋଇ ଓ ଦେବରାଜ ଭୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଟିକେଚନ ଦେବରାଜ ଙ୍କୁ ବାଡ଼ିରେ ନିର୍ଧୁମ ଭାବରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବଡ଼ମାଲ ଫାଣ୍ଡି ପୁଲିସ, ବଲାଙ୍ଗିର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।