-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ଭୁବନେଶ୍ୱର,(ପ୍ରେରଣା ଖବର ବ୍ୟୁରୋ) ଆଜି ବି ୧୦ ହଜାର ୩୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ ପଜିଟିଭ୍ ସଂଖ୍ୟା ୫୪୪୮୭୩ କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି।
ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ସଂକ୍ରମିତ ରହିଛନ୍ତି। ବଲାଙ୍ଗୀର ଜିଲାରୁ ୨୭୪, ନୟାଗଡ ୨୬୯, ଷ୍ଟେଟପୁଲ ୨୭୧, ମୟୁରଭଞ୍ଜ ୨୦୫, ବଉଦ ୧୮୩, କେନ୍ଦୁଝରରୁ ୧୬୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ଏଥିସହିତ ସୁନ୍ଦରଗଡରୁ ୮୨୪, କଟକ ୭୨୦, ବରଗଡ ୪୫୦, କଳାହାଣ୍ଡି ୪୩୩, ଝାରସୁଗୁଡା ୪୧୮, ଯାଜପୁର ୩୨୮, ନୂଆପଡା ୩୧୧, ନବରଙ୍ଗପୁର ୩୦୬, ପୁରୀ ୭୦୮, ଅନୁଗୁଳ ୪୫୬, ସମ୍ବଲପୁର ୩୦୨, ଢେଙ୍କାନାଳ ୨୪୪, କେନ୍ଦ୍ରାପଡା ୨୪୩ ଏବଂ ଗଞ୍ଜାମରୁ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋଟିଏ ଦିନରେ ଭଦ୍ରକରୁ ୨୪୮ ଜଣ, ସୁବର୍ଣ୍ଣପୁର ୧୬୯, କୋରାପୁଟ ୧୪୨, ରାୟଗଡା ୧୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ଚିନ୍ତାର କାରଣ ଏହା ଯେ ଲକଡାଉନ ସତ୍ତ୍ବେ ମଧ୍ୟ କରୋନାର ଦୈନିକ ସଂକ୍ରମଣ ଖୋର୍ଦ୍ଧାରେ ବଢୁଥିବାବେଳେ କଟକ ଓ ସୁନ୍ଦରଗଡରେ ଅପରିବର୍ତ୍ତିତ ରହିଛି ।