-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
07-May-2021
କଟକ :ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣର ଦିତୀୟ ଲହର ପ୍ରକୋପ ଦ୍ରୁତଗତିରେ ମାଡିଚାଲିଥିବାବେଳେ ଟିକାଦାନ କେନ୍ଦ୍ର ମାନଙ୍କରେ ଟିକାର ଅଭାବ ଦୃଷ୍ଟିରୁ ଜନସାଧାରଣ ଟିକା ନେବାରେ ଅନେକ ସମସ୍ୟା,ଟିକା ନପାଇ ଫେରିବା କଟକ ସଦରର ବେଣ୍ଟକାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର,କନ୍ଦରପୁର ଆଉ କିଶନନଗର ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଦେଖାଦେଇଛି । ସୂଚନାଯୋଗ୍ୟ ଦିତୀୟ ଡୋଜ ଟିକା ନେବାକୁ ବେଣ୍ଟକାର ଉଚ୍ଚ ବିଦ୍ୟାଳୟ ପରିସରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ସମସ୍ୟାର ସମାଧାନ ପୁର୍ବକ ଟିକାଦାନ କେନ୍ଦ୍ରରେ କରୋନା କଟକଣା ପାଳନ,କେବଳ ଟିକା ପଞ୍ଜିକୃତ ବ୍ୟକ୍ତି ବିଶେଷ ନିଜର ଧାର୍ଯ୍ୟ ସମୟ ଅନୁଯାୟୀ ଟିକାକେନ୍ଦ୍ରରେ ଉପସ୍ଥିତ ହେବା, ପ୍ରଶାସନ ପକ୍ଷରୁ ଉପଯୁକ୍ତ ପର୍ଯ୍ୟାପ୍ତ ପରିମାଣରେ ଟିକା ପ୍ରଦାନ,ଟିକାଦାନ କେନ୍ଦ୍ରରେ ଆବଶ୍ୟକ ମୁତାବକ ପୋଲିସ ମୁତୟନ ସହ ଭିଡ ନିୟନ୍ତ୍ରଣ ଆଦି ବିଭିନ୍ନ ପଦକ୍ଷେପ ନେବାକୁ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଓ ସମସ୍ତ କାର୍ଯ୍ୟକର୍ତା ବୃନ୍ଦ ରାଜ୍ୟ ସରକାର ଓ ଜନସାଧାରଣ ମାନଙ୍କୁ ବିନମ୍ର ନିବେଦନ କରିଛନ୍ତି । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)