-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
07-May-2021
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୮ରୁ ୧୬ତାରିଖ ମଧ୍ୟରେ ଶନିବାର ଓ ରବିବାର ଚାଲିବାକୁ ଥିବା ୧୧ଯୋଡି ସ୍ବତନ୍ତ୍ର ଟ୍ରେନ୍ ସେବା ବାତିଲ କରାଯାଇଛି। ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ବିଶେଷ ଟ୍ରେନ୍, ୦୮୪୨୮/୦୮୪୨୭ ପୁରୀ-ଅନୁଗୋଳ-ପୁରୀ, ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ, ୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ, ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ, ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ, ୦୮୫୨୮/୦୮୫୨୭ ବିଶାଖାପାଟଣା-ରାଇପୁର-ବିଶାଖାପାଟଣା, ୦୮୪୩୩/୦୮୪୩୪ ଭୁବନେଶ୍ୱର- ପଲାସା-ଭୁବନେଶ୍ୱର, ୦୮୩୦୧/୦୮୩୦୨ ରାୟଗଡ଼ା-ସମ୍ବଲପୁର-ରାୟଗଡା ବିଶେଷ ଟେନ ଉଭୟ ପାର୍ଶ୍ୱରୁ ଆସନ୍ତା ୮,୯, ୧୫ ଓ ୧୬ ତାରିଖରେ ବାତିଲ ରହିବ। ସେହିପରି ୦୨୧୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ଆସନ୍ତା ୮,୯, ୧୫ ଓ ୧୬ ତାରିଖ ଓ ବାଙ୍ଗିରିପୋସି ଠାରୁ ଆସନ୍ତା ୯,୧୦,୧୧ ଓ ୧୭ ତାରିଖ ଦିନ ବାତିଲ ରହିବ ବୋଲି ସୂଚନା ଦିଆଯାଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)