-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||     

HOME   ଜିଲ୍ଲା

ଘରୋଇ ମହାବିଦ୍ୟାଳୟରେ ନାମ ଲେଖାଇବା ନାଁରେ ରାକେଟ ସକ୍ରିୟ : ବନ୍ଧକ ପଡିଛି ଭବିଷ୍ୟତ: ଷ୍ଟାଇପେଣ୍ଡ ଟଙ୍କା ଲୁଟୁଛି ମହାବିଦ୍ୟାଳୟ:

04-May-2021



ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବା ସହ ଅନେକ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ ଘରୋଇ ମହାବିଦ୍ୟାଳୟର ମାଲିକ ବନ୍ଧକ ରଖିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଉ

ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଏବେ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅଞ୍ଚଳରେ। ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ  ରେ ଜାଲ ଆକାଉଣ୍ଟ ଖୋଲି ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ। ହେଲେ ଏହା ଜାଣିପାରି ଜଣେ ଛାତ୍ର ଏନେଇ ଦାରିଙ୍ଗବାଡି ଥାନାରେ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ ଅଭିଯୋଗ କରିଛନ୍ତି। ଆଉ ସେହିଭଳି ଅନ୍ୟ ଦୁଇଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଗୁଡ଼ିକୁ ଦୀର୍ଘ ବର୍ଷ ହେଲା ଘରୋଇ ମହାବିଦ୍ୟାଳୟ ମାଲିକ ବନ୍ଧକ ରଖିବା ସହ ସେମାନଙ୍କ ଭବିଷ୍ୟତ ସହ ଖେଳଖେଳି ଆସୁଛନ୍ତି ବୋଲି ଉଭୟ ଛାତ୍ରଛାତ୍ରୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦାସିଙ୍ଗବାଡ଼ି ଗ୍ରାମର ସାଗର ପ୍ରଧାନ ନାମକ ଜଣେ ଛାତ୍ରଙ୍କ ଠାରୁ ଗତ ୨୦୧୮ ମସିହାରେ କୀର୍ତ୍ତି ଚନ୍ଦ୍ର ସାହୁ  ଯୁକ୍ତ ୩ରେ ନାମ ଲଗାଇଦେବି କହି ଦଶମ ଓ ଯୁକ୍ତ ଦୁଇର ସାର୍ଟିଫିକେଟ ସହ ୨୦ ହଜାର ଟଙ୍କା ମାଗି ନେଇଥିଲେ। ହେଲେ ସାଗରଙ୍କର ନାମ ଲେଖେଇବା ବଦଳରେ କୀର୍ତ୍ତି ଚନ୍ଦ୍ର ସାହୁ ନିଜର ଘରୋଇ ମହାବିଦ୍ୟାଳୟ ପ୍ରମିଳାଦେବୀରେ ବିସିଏ ରେ ନାମ ଲଗାଇଦେଇଥିଲେ। ଆଉ ସାଗର ପ୍ରଧାନ ଏସମ୍ପର୍କରେ ଜାଣିବା ପରେ କୀର୍ତ୍ତିଙ୍କୁ ସମସ୍ତ ସାର୍ଟିଫିକେଟ ଫେରାଇଦେବାକୁ କହିଥିଲେ।ହେଲେ କୀର୍ତ୍ତି ସାଗରଙ୍କୁ କହିଥିଲେ ଯେ ଷ୍ଟାଇପେଣ୍ଡ ଟଙ୍କା ୪୦ ହଜାର ତୁମର SBI ଆକାଉଣ୍ଟରେ ଛଡ଼ାଯାଇଛି। ତାକୁ ଉଠାଇକି ଦିଅ ତାହାଲେ ଯାଇ ସାର୍ଟିଫିକେଟ ଫେରାଯିବ। ଆଉ ସାଗର ମଧ୍ୟ ସେହି ସମୟରେ ଷ୍ଟାଇପେଣ୍ଡ ବାବଦକୁ ଆସିଥିବା ୪୦ ହଜାର ଟଙ୍କା ଉଠାଇ କୀର୍ତ୍ତିଙ୍କୁ ଦେବା ସହ ସମସ୍ତ ସାର୍ଟିଫିକେଟ ଫେରିପାଇଥିଲେ। ହେଲେ ଏବେ ଦୀର୍ଘ ୨ ବର୍ଷ ପରେ ପୁଣି ସଗାରଙ୍କ ନାମରେ ଦାରିଙ୍ଗବାଡିସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜାଲ ଆକାଉଣ୍ଟ (ନଂ -84042434784) ଖୋଲି କୀର୍ତ୍ତି ଚନ୍ଦ୍ର ସାହୁ ଷ୍ଟାଇପେଣ୍ଡ ବାବଦକୁ ପୁଣି ଆସିଥିବା ଆଉ ୪୦ ଜାହାର ଟଙ୍କାକୁ ସେ ହଡ଼ପ କରିବାକୁ ବସିଥିଲେ। ହେଲେ ସାଗର ଏସମ୍ପର୍କରେ ଜାଣିବାକୁ ପାଇ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ଅନ୍ୟ ଜଣେ ଛାତ୍ର ରଞ୍ଜିତ ପ୍ରଧାନଙ୍କୁ ମଧ୍ୟ ଯୁକ୍ତ ତିନିରେ ନାମ ଲେଖେଇଦେବି କହି ଦଶମ ଓ ଦ୍ୱାଦଶର ସାର୍ଟିଫିକେଟ ସହ ୨୦ ହଜାର ଟଙ୍କା ମାଗି ନେଇଥିଲେ। ହେଲେ ରଞ୍ଜିତଙ୍କର ମଧ୍ୟ କୀର୍ତ୍ତି ଚନ୍ଦ୍ର ସାହୁ ନିଜର ଘରୋଇ ମହାବିଦ୍ୟାଳୟରେ ବିସିଏରେ ନାମ ଲେଖେଇଦେଇଥିଲେ। ଆଉ ସେ ମଧ୍ୟ ଏସମ୍ପର୍କରେ ଜାଣିବା ପରେ କୀର୍ତ୍ତିଙ୍କୁ ସମସ୍ତ ସାର୍ଟିଫିକେଟ ଫେରାଇଦେବାକୁ କହିଥିଲେ। ହେଲେ କୀର୍ତ୍ତି,  ରଞ୍ଜିତଙ୍କୁ ଆଜିକୁ ଦୁଇବର୍ଷରୁ ସମୟ ହୋଇଗଲାଣି ତାଙ୍କ ସାର୍ଟିଫିକେଟ ଗୁଡ଼ିକ ଫେରାଉ ନାହାଁନ୍ତି। ୪୦ ହଜାର ଟଙ୍କା ଦେଲେ ଯାଇ ସମସ୍ତ ସାର୍ଟିଫିକଟ ଦେବୀ ବୋଲି କୀର୍ତ୍ତି କହୁଛନ୍ତି। ଏଭଳି ଭାବେ ରଞ୍ଜିତଙ୍କର ସାର୍ଟିଫିକଟ ଗୁଡ଼ିକ ବନ୍ଧକ ଭାବେ ଘରୋଇ ମହାବିଦ୍ୟାଳୟର ମାଲିକଙ୍କ ପାଖରେ ରହିଥିବା ବେଳେ ସେ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ଏହା ସହ ଅନ୍ୟ ଜଣେ ଛାତ୍ରୀ ଦଡ଼ିକ୍ଲିୟୁ ଗ୍ରାମର ଋତୁ ପ୍ରଧାନ ମଧ୍ୟ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ସେ ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ଆଉ ଦୁଇ ବର୍ଷ ପାଇଁ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଘରୋଇ ମହାବିଦ୍ୟାଳୟର ମାଲିକ ସେହି ସମୟରେ କହିଥିଲେ। ଆଉ ଛାତ୍ରୀ ଜଣକ ୫ ହାଜର ଟଙ୍କା ପ୍ରଥମ ବର୍ଷରେ ଦେଇଥିଲେ। ଷ୍ଟାଇପେଣ୍ଡ ବାବଦକୁ ଆସିଥିବା ୨୪ ହଜାର ଟଙ୍କା ସହ  ଦୁଇ ବର୍ଷରେ ୨୯ ହଜାର ଟଙ୍କା ଦେଇଛନ୍ତି। ହେଲେ ସେ ୨୦୧୯ରେ ଯୁକ୍ତ ଦୁଇ ପାସ କରିଥିଲେ ମଧ୍ୟ ତାଙ୍କୁ ତାଙ୍କର ସାର୍ଟିଫିକଟ ଘରୋଇ ମହାବିଦ୍ୟାଳୟର ମାଲିକ ଦେଉନାହାନ୍ତି। ସାର୍ଟିଫିକଟ ପାଇଁ ଆହୁରି ୧୦ ହଜାର ଟଙ୍କା ଦାବି କରିବା ସହ ନିଜର ଘରୋଇ ମହାବିଦ୍ୟାଳୟରେ ବିସିଏରେ ନାମ ଲଗାଇବାକୁ କହୁଛନ୍ତି। ନଚେତ ସାର୍ଟିଫିକଟ ଫେରାଇବେ ନାହିଁ ବୋଲି ଦୀର୍ଘ ଦୁଇ ବର୍ଷ ହେଲେ କହିଆସୁଛନ୍ତି। ଆଉ ସେ ମଧ୍ୟ ଦୁଇ ବର୍ଷ ହେଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିଥିବା ବେଳେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି।ଏଭଳି ଭାବେ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ଆଳରେ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସହ ଜାଲ ଆକାଉଣ୍ଟ କରି ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏନେଇ ଘରୋଇ ମହାବିଦ୍ୟାଳୟ ମାଲିକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇ ପାରୁନାହିଁ l  ଆଉ ସେପଟେ ପୋଲିସ ଛାତ୍ରଛାତ୍ରୀ ଅଭିଯୋଗ ଆଧାରରେ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ନାମରେ IPC - ଧାରା -୪୨୦, ୪୦୬, ୪୬୮, ୪୭୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଦାରିଙ୍ଗବାଡି ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ତେବେ ଏଥିରୁ ଗୋଟିଏ କଥା ତ ସତ। କଣ ନା ସମଗ୍ର ରାଜ୍ୟରେ ରାତି ପାଉ ପାଉ ଯେଉଁସବୁ ନୂଆ ନୂଆ ଘରୋଇ ମହାବିଦ୍ୟାଳୟ ଗୁଡ଼ିକ ଛତୁ ଫୁଟିଲା ଭଳି ଫୁଟୁଛି। ସେସବୁ

ମହାବିଦ୍ୟାଳୟ ଗୁଡ଼ିକର କେବଳ ଗୋଟିଏ ଉଦ୍ଧେଶ୍ୟ, ଆଉ ତାହା ହେଲା ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରିବା। ଆଉ ଏହି ଷ୍ଟାଇପେଣ୍ଡ ଟଙ୍କା ପାଇଁ ଉଚ୍ଚ ଶିକ୍ଷା ନାଁରେ ଭବିଷ୍ୟତ ଗଢ଼ିବାର ବାହାନାରେ ଚାଲିଛି। ତେବେ ସାବଧାନ ହୁଅନ୍ତୁ ନଚେତ କାଲି ଯେ ଆପଣଙ୍କ ପାଳି ନ ପଡିବ ତାହା କିଏ ଯେ କହିବ ? ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026

You Might Also Like